ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଅଜଣା ଗାଡି ଧକ୍କାରେ ଯୁବକ ମୃତ

Published By : Rasmita Pradhan | April 21, 2025 7:43 AM

ମୋରଡ଼ା, ୨୧/୦୪ : ଅଜଣା ଗାଡି ଧକ୍କାରେ ଯୁବକ ମୃତ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ଚିତ୍ରଡା ପଞ୍ଚାୟତ ଧଡ଼ାସାହି ଗ୍ରାମର ଗଣେଶ୍ୱର ଟୁଡୁ।

ସୂଚନାନୁଯାୟୀ, ଗଣେଶ୍ୱର ସୋମବାର ଭୋର ଚାରିଟାରୁ ରାସଗୋବିନ୍ଦପୁର ସ୍ଥିତ ଏକ ଇଟାଭାଟିକୁ କାମ କରିବାକୁ ଘରୁ ବାହାରି ଥିଲେ। ସ୍ଥାନୀୟ କଲଣି ଛକ ନିକଟରେ ଏକ ଅଜଣା ଗାଡି ଗଣେଶ୍ୱରଙ୍କୁ ଧକ୍କା ଦେଇ ପାଖାପାଖି ୧୦୦ ମିଟର ଦୂରକୁ ଘୋଷାଡ଼ି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଘଟଣାସ୍ଥଳରେ ହିଁ ଗଣେଶ୍ୱରଙ୍କ ମୃତ୍ୟ ଘଟିଥିଲା। ଏନେଇ ସୂଚନା ପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇ ତଦନ୍ତ ଜାରି ରଖିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ଏହି ଦିନ ପଡ଼ୁଛି ବରୁଥିନୀ ଏକାଦଶୀ ବ୍ରତ, ଜାଣନ୍ତୁ ସୁଖ ସମୃଦ୍ଧିର ଉପାୟ...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.