ବାଲିଶଙ୍କରା, ୧୭/୧୨ : ପର୍ଯ୍ୟଟନ ସ୍ଥଳୀରେ ନିଖୋଜ ହୋଇଥିଲେ ଯୁବକ। ପାଞ୍ଚ ଦିନ ପରେ ମିଳିଲା ମୃତଦେହ। ମଡତଦେହ ଉଦ୍ଧାର କରି ତଦନ୍ତ କରୁଛି ପୁଲିସ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା କିରିତମାଲ ଅଞ୍ଚଳର ଯୁବକ ଦୀପେଶ ପ୍ରଧାନ (୨୬) । ରାଉରକେଲା ଜାତୀୟ ପ୍ରଯୁକ୍ତି ସଂସ୍ଥାନ (ଏନ୍ଆଇଟି)ର ଗଣିତ ବିଭାଗରେ ପିଏଚ୍‌ଡି କରୁଥିଲେ। ଗତ ୧୨ ତାରିଖ ଦିନ ସେ କନାକୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ନିଖୋଜ ହୋଇଯାଇଥିଲେ। ପାଞ୍ଚ ଦିନ ପରେ ତାଙ୍କର ମୃତଦେହ ମିଳିଛି। ସବଡେଗା ବ୍ଲକ ଅନ୍ତର୍ଗତ ବଇସନବାହାଲ ବାଲିଘାଟ ନିକଟରୁ ବୁଧବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି।