ଭଦ୍ରକ,୦୭/୦୧: ବେକରେ ସାପ ପକାଇ ବୁଲିବା ପଡିଲା ମହଙ୍ଗା । ସାପ କାମୁଡାରେ ଯୁବକ ଗୁରୁତର । ଭଦ୍ରକ ଜିଲ୍ଲା ବନ୍ତ ଅଧିନ ଛୟାଲସିଂ ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଗୁରୁତର ଯୁବକ ଜଣକ ସୁବଳ ସାହୁ ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ, ସୁବଳ ଘରେ ଖାଉଥିବା ବେଳେ ଏକ ଧଳା ରଙ୍ଗର ସାପ ଦେଖିଥିଲେ । ସେ ସାପକୁ ଧରିବା ବେଳେ ତାଙ୍କୁ କାମୁଡ଼ି ନଥିଲା । ତେଣୁ ଉତ୍ସାହିତ ସୁବଳ ସାପକୁ ବେକରେ ପକାଇ ବୁଲିବାବେଳେ ସାପଟି ହାତକୁ ଚୋଟ ମାରିଥିଲା । ସମ୍ପର୍କୀୟ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କେଉଁ ସାପ କାମୁଡ଼ିଛି ଚିହ୍ନଟ ପାଇଁ ସାପକୁ ଡାକ୍ତରଖାନା ନେଇଯାଇଥିଲେ । ମାତ୍ର ଡାକ୍ତର ମଧ୍ୟ ସାପକୁ ଚିହ୍ନି ପାରି ନଥିଲେ। ପରେ ବିଳମ୍ବିତ ରାତିରେ ଡାକ୍ତରଙ୍କଠାରୁ ସୂଚନା ପାଇ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ବିଷଧର ସାପକୁ ଚିହ୍ନଟ କରିଥିଲେ  । ଫଳରେ ସୁବଳ ସାହୁଙ୍କ ଚିକିତ୍ସାରେ ବିଳମ୍ବ ହୋଇଥିଲା ଏବଂ ଗୁରୁତର ହୋଇଥିଲେ ।