ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଭାଲୁ କାମୁଡାରେ ଯୁବକ ଗୁରୁତର

Published By : Suraj Kumar | August 27, 2025 6:11 PM

ଠାକୁରମୁଣ୍ଡା ୨୭/୮( ଆପ୍ର) : ଠାକୁରମୁଣ୍ଡା ବ୍ଲକ ସାତକୋଶିଆ ଗ୍ରାମ ପଞ୍ଚାୟତ ପଥିରିଆ ସାହିରେ ଭାଲୁ କାମୁଡାରେ ଜଣେ  ଯୁବକ ଗୁରୁତର ହୋଇଛି। ଯୁବକଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଛି।  ଗୁରୁତର ଯୁବକ ଜଣକ ହେଲେ ପଥିରିଆ ସାହିର କିଶୋର ଲିଆଙ୍ଗି( ୨୪) ।

ସାତକୋଶିଆ ବନ୍ୟପ୍ରାଣୀ ବନାଞ୍ଚଳ ଅର୍ନ୍ତଗତ ପଥିରିଆ ସାହିର କିଶୋର ଲିଆଙ୍ଗି( ୨୪) ଏଵଂ ସମ୍ପର୍କୀୟ ଭାଇ ରମେଶ ଲିଆଙ୍ଗି ସାଙ୍ଗହୋଇ ସାତକୋଶିଆ ଜଙ୍ଗଲକୁ ବଳଦ ଚରେଇବାକୁ  ଯାଇଥିଲେ ।ଵଳଦ ଚରାଇ ଘରକୁ ଫେରିବା ବେଳେ   ଏକ ଭାଲୁ ହଠାତ୍ ଜଙ୍ଗଲରୁ ବାହାରି କିଶୋର ଲିଆଙ୍ଗିଙ୍କୁ ଆକ୍ରମଣ କରିଥିଲା। କିଶୋର ଭାଲୁ ମୁହଁରୁ ନିଜକୁ ବଞ୍ଚାଇବା କୁ ଯାଇ ଭାଲୁକୁ ଏକ ସାନ କୁରାଢ଼ିରେ ପ୍ରତି ଆକ୍ରମଣ କରିବାରୁ ଭାଲୁ ଗୋଡ଼ ଏବଂ ଜଙ୍ଘରେ କାମୁଡ଼ି ଜଙ୍ଗଲକୁ ପଳାଇଥିଲା। ସାଙ୍ଗରେ ଥିବା ରମେଶ ଲିଆଙ୍ଗି ଫୋନ ଯୋଗେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଜଙ୍ଗଲକୁ ଯାଇ କିଶୋରକୁ କାନ୍ଧରେ ବୋହି  ୫୩ ନମ୍ବର ରାଜ୍ୟ ରାଜପଥ କଡ଼କୁ ଆଣିଥିଲେ।ଏକ ଅଟୋ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିଶୋର ଲିଆଙ୍ଗି ଙ୍କର ଵାମଗୋଡ ଭାଙ୍ଗିବା ସହିତ ଜଙ୍ଘରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅବସ୍ଥା ଗୁରୁତର ଥିବାରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ପଠାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.