ନରଣପୁର,୧/୧୦ : ପିପିଳିଆ ନିକଟରେ ଏକ ପିକଅପ ଭ୍ୟାନ ବାଇକକୁ ଧକ୍କା ଦେବାରୁ ବାଇକ ଆରୋହୀ ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ବାଇକ ଆରୋହୀ ଜଣକ ହେଲେ ରରୁଆଁର ଅବିନାଶ ମହାକୁଡ଼।
ରରୁଆଁ ର ଅବିନାଶ ମହାକୁଡ଼ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ତାଙ୍କ ପୁଅ ପାଖକୁ ବଡବିଲରୁ ବାଇକରେ ଯାଉଥିଲେ। ପିପିଲିଆ ନିକଟରେ ଏକ ପିକଅପ ସହ ବାଇକର ଧକ୍କା ହୋଇଥିଲା। ଏଥିରେ ବାଇକ ଆରୋହି ଅବିନାଶ ଗୁରୁତର ହୋଇଥିଲେ। ତେବେ ଦୁର୍ଘଟଣା ପରେ ପିକଅପ ଭ୍ୟାନଟି ଦ୍ରୁତ ଗତିରେ ପଳାଇ ଯାଇଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।