କଟକ, ୧୨।୫ : କଟକ କ୍ୟାଣ୍ଟନମେଣ୍ଟ ରୋଡ ଅଞ୍ଚଳରେ ଯୁବକଙ୍କୁ ଛୁରାରେ ମରଣାନ୍ତକ ଆକ୍ରମଣ । ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରାମାଡ଼। ଗୁରୁତର ଯୁବକ ଜଣକ ହେଲେ ମହମ୍ମଦ ଇମତିଆଜ। 

ମହମ୍ମଦ ଇମତିଆଜ ସେହି ଅଞ୍ଚଳରେ ଏକ ହୋଟେଲ ନିକଟରେ ବସିଥିବା ବେଳେ କୌଣସି କାରଣରୁ ବଚସା ହୋଇଥିଲା। ଏହି ସମୟରେ ହୋଟେଲ ମାଲିକ ଛୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମହମ୍ମଦ ଇମତିଆଜଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢନ୍ତୁ : ଆମ ସୁବାହକ’ ଯୋଜନାରେ ସ୍ୱାବଲମ୍ବୀ ହେଉଛନ୍ତି ମହିଳା