ସାହାଜପାଲ,୧୦।୨ : ବୌଦ୍ଧ ବ୍ଳକ ବୌଦ୍ଧ ସୋନପୁର- ଦପଳା ଯାତାୟତ କରୁଥିବା ଏକ ବସରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ଏଥିରେ ଯୁବକ ଆହତ ହୋଇଛି। ଆହତ ଯୁବକ ଜଣକ ହେଲେ ବୁରମାଲ ଗ୍ରାମର ସାଗର ତାଣ୍ଡିଆ। ପୁଲିସ ଆକ୍ରମଣକାରୀ ଯୁବକଙ୍କୁ ଅଟକ ରଖିଛି।
ବୌଦ୍ଧ-ସୋନପୁର-ଦପଳା ଯାତାୟତ କରୁଥିବା ଏକ ବସରେ ବସିଥିବା ମହିଳା ଯାତ୍ରୀଙ୍କୁ ଜଣେ ବ୍ୟକ୍ତି ଅଶ୍ଲିଳ ଭାଷାରେ ଗାଳିଗୁଳଜ କରିଥିଲା। ଅଁଲାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଟରକିଲା ବୁରମାଲ ଗ୍ରାମର ସାଗର ତାଣ୍ଡିଆ ଖରାପ ବ୍ୟବହାର କରୁଥିବା ବ୍ୟକ୍ତିକୁ ମନା କରିଥିଲା। ଏହି ସମୟରେ ଅଶ୍ଲୀଳ ଭାଷା କହୁଥିବା ବ୍ୟକ୍ତି ଜଣକ ସାଗରଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲା। ତେବେ ସାଗର ଖୁଞ୍ଚିଯିବାରୁ ତାଙ୍କ ଗାଲରେ ବାଜିଥିଲା। ଏହା ପରେ ଆକ୍ରମଣକାରୀ ସାହାଜପାଳ ଛକରୁ ଓହ୍ଲାଇ ମୁଣ୍ଡିପଦର ବେତ୍ରାସାହିର ଉତ୍ତମ ମେହେରଙ୍କ ଘରକୁ ପଶି ଯାଇଥିଲା। ସାହିବାସୀ ଏ ନେଇଁ ବାଉଁଶୁଣୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଯୁବକକୁ କାବୁ କରି ଥାନାକୁ ନେଇଥିଲା। ଏଥିସହ ପୁଲିସ ବସକୁ ଜବତ କରିଛି।