ରାଉରକେଲା,୦୧/୦୬: ଝାଡ଼ଖଣ୍ଡର ପଶ୍ଚିମ ସିଂଭୂମ ଜିଲ୍ଲା ଛୋଟାନାଗରା ଥାନା ଅନ୍ତର୍ଗତ ବଲିବାରେ ଶନିବାର ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ସାହୁ ବାରଜୋ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କୁ ଯବାନମାନେ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ପଠାଯାଇଛି।
ଅନ୍ୟ ପକ୍ଷରେ ସରଣ୍ଡା ଜଙ୍ଗଲରେ ଯବାନମାନେ ଅପରେସନ ଚଳାଇଛନ୍ତି । ହେଲେ ବର୍ତ୍ତମାନ ବାଙ୍କୋରୁ ଲୁଟ୍ ହୋଇଥିବା ବିସ୍ଫୋରକ ଉଦ୍ଧାର କରାଯାଇନାହିଁ।