ଭୁବନେଶ୍ବର, ୧୨।୨ ରାଜଧାନୀ ଭୁବନେଶ୍ବରରେ ବନ୍ଧୁକ ଦେଖାଇ ଯୁବକଙ୍କୁ ଅପହରଣ । କାରରେ ଖଣ୍ଡଗିରି ବଗ ପାର୍କ ନିକଟରୁ  ଯୁବକଙ୍କୁ ଅପହରଣ । ତେବେ ତପୋବନ ନିକଟରେ ଅପହରଣକାରୀଙ୍କୁ ଚକମା ଦେଇ  ଖସି ଆସିଲେ ଯୁବକ। ଏ ନେଇ  ଅପହୃତ ଯୁବକ ଥାନାରେ ଅଭିଯୋଗ କରିଛନ୍ତି ।  ଯୁବକ ଜଣକ ହେଲେ ବୀରେନ୍ଦ୍ର ଗୌଡ। ଯୁବକଙ୍କ ଅଭିଯୋଗ ଅନୁଯାୟୀ ଭରତପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।

ଯୁବକଙ୍କ ମୋବାଇଲକୁ ଅପହରଣକାରୀମାନେ ନେଇଯାଇଛନ୍ତି । ଫୋନ କରି ୨ଲକ୍ଷ ଟଙ୍କା ପରିବାର ଲୋକଙ୍କୁ ଅପହରଣକାରୀ ମାଗୁଛନ୍ତି। ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ଅପହରଣକାରୀ ବୋଲି ଯୁବକ ଜଣକ କହିଛନ୍ତି।