ଭୁବନେଶ୍ବର,୧୭/୪ : ବୀରମହାରାଜପୁର ଉପଜିଲ୍ଲାପାଳଙ୍କ ଅଫିସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉପଜିଲ୍ଲାପାଙ୍କ ଅଫିସ ନିକଟରେ ହୋଇଛି ଗୁଳିକାଣ୍ଡ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଚମ୍ପାମାଲ ଗାଁର ବିକ୍ରମ ମହାରଣା ବୋଲି ଜଣାପଡ଼ିଛି ।
ଖବର ଲେଖା ହେବା ସୁଦ୍ଧା ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।