ସମ୍ବଲପୁର, ୦୩/୦୯: ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନା ଭୁତାପଡ଼ା ଅଞ୍ଚଳରେ ହତ୍ୟାକାଣ୍ଡ । ନିଶା କାରବାରକୁ ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ। ମୃତକ ଏମଡି ରିଙ୍କୁ ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।

ସୂଚନା ମୁତାବକ, ନାରାୟଣୀପଣ୍ଡା ଗଳି ନିକଟ ମଦ ଭାଟିରେ ବୁଧବାର ସକାଳୁ ଏପରି ଘଟଣା ଘଟିଛି। ରିଙ୍କୁଙ୍କ ଜଙ୍ଘ ତଳକୁ କିଛି ଯୁବକ ଛୁରାମାଡ଼ କରି ଲହୁଲୁହାଣ କରିଥିଲେ। ଫଳରେ ଅତ୍ୟନ୍ତ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବାପା ଏମଡି ଶେଖ ଅଲ୍ଲୀଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ସକାଳ ଟା ସମୟରେ ରିଙ୍କୁ ଘରୁ ବାହାରି ଥିଲେ। ମଦଭାଟି ନିକଟରେ କିଛି ଯୁବକଙ୍କ ସହ ଝଗଡ଼ା ହୋଇଥିଲା। ସାମାନ୍ୟ ଝଗଡ଼ା ଉଗ୍ରରୂପ ନେବାରୁ ଉତ୍ତ୍ୟକ୍ତ ହୋଇ ଯୁବକମାନେ ତାଙ୍କୁ ଧାରୁଆ ଅସ୍ତ୍ର ବା ଛୁରୀରେ ଆକ୍ରମଣ କରିଥିଲେ। ତାଙ୍କ ବଡ଼ ଭାଇ ଏମଡି ପିଣ୍ଟୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।