ଭୁବନେଶ୍ୱର, ୨୦/୦୫: ବିଧାୟକ ସାଗର ଚରଣ ଦାସଙ୍କ ଦ୍ୱାରା ଭବାନୀପାଟଣାରେ ଆୟୋଜିତ ଖେଲୋ ମହୋତ୍ସବର ମେଲୋଡି ନାଇଟ୍‌ ଅଘଟଣ ଘଟିଛି । ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ତାଙ୍କ ଡାହାଣ ପଟ ଅଣ୍ଟା ଉପରକୁ ଆକ୍ରମଣ କରାଯାଇଛି । ରାତି ପ୍ରାୟ ୧ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଛୁରାମାଡ଼ ହୋଇଛି ତାହା ସ୍ପଷ୍ଟ ହୋଇନି ।

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କଳାହାଣ୍ଡି ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ମେଲୋଡି ନାଇଟ୍  କାର୍ଯ୍ୟକ୍ରମ ଚାଲିଥିବା ବେଳେ ଯୁବକଙ୍କ ଉପରେ କିଛି ଯୁବକ ଅତର୍କିତ ଆକ୍ରମଣ କରିଥିଲେ । ମେଲୋଡିରେ ଆତଙ୍କ ଖେଳାଇବା ସହ ଦୁର୍ବୃତ୍ତଙ୍କ ଛୁରାମାଡ଼ କରିଥିଲେ ।  ସଦର ଥାନା କନାବିରା ଗାଁର ଦିନେଶ ଶବର ଗୁରୁତର ହୋଇଛନ୍ତି। ପୁଲିସ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ୧୦ରୁ ଅଧିକ ଯୁବକ ଦିନେଶଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଟାଉନ ଥାନା ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ :- Murder Case: ପ୍ଲଟ୍ ବ୍ୟବସାୟୀଙ୍କ ମୃତ୍ୟୁ ରହସ୍ୟ ଖୋଲିଲା, ହୃଦ୍ଘାତ ନୁହେଁ, ତାଙ୍କୁ ତଣ୍ଟି ଚିପି ହତ୍ୟା,ବ୍ୟବଚ୍ଛେଦରେ ସତ ବାହାରିଲା