ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ବାଳକୁମାରୀ ମନ୍ଦିର ନିକଟରେ ଯୁବକଙ୍କୁ ଗଳାକାଟି ହତ୍ୟା ଘଟଣା; ଅଭିଯୁକ୍ତ ବାଘାକୁ ରିମାଣ୍ଡରେ ଆଣି ଜେରା କଲା କେ.ନୂଆଗାଁ ପୋଲିସ

Published By : Soubhagya Ranjan | May 28, 2025 12:13 AM

ପାତ୍ରପୁର,୨୭/୦୫: ଗତ ଏପ୍ରିଲ ମାସ ୨୮ ତାରିଖରେ କେ.ନୂଆଗାଁ ଥାନା ଧାନଘର ଫାଣ୍ଡି ଅନ୍ତର୍ଗତ ଧାନଘର ଠାରୁ ମାଁ ବାଳକୁମାରୀ ମନ୍ଦିର ରାସ୍ତା ମଧ୍ୟସ୍ଥ ବମୁଣା ବନ୍ଧ ନିକଟରେ ବଳରାମ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ସହ ତାର ଦୁଇ ସହଯୋଗୀ ଶଙ୍କର ପାଇକ ଏବଂ ସନ୍ତୋଷ ଜେନା ଓରଫ ବାଘାକୁ ପୋଲିସ ଗିରଫ କରି ଘଟଣାର ଗୋଟିଏ ଦିନ ପରେ କୋର୍ଟଚାଲାଣ କରିଥିଲା। ଏହି ଘଟଣାରେ ଗିରଫ ହୋଇ ଜେଲରେ ଥିବା ବାଘାକୁ କେ.ନୂଆଗାଁ ପୋଲିସ ଦିନିକିଆ ରିମାଣ୍ଡରେ ଆଣି ମଙ୍ଗଳବାର ଅଧିକ ଜେରା କରିଛି । ହତ୍ୟାକାଣ୍ଡ ପରେ ମୃତକର ମୋବାଇଲକୁ ବାଘା ନେଇଯାଇଥିବା ଖବର ପୋଲିସ ପାଇ ମଙ୍ଗଳବାର ବାଘାକୁ ରିମାଣ୍ଡରେ ଆଣି ହତ୍ୟାକାଣ୍ଡ ସ୍ଥଳକୁ ନେଇ ଅଧିକ ତନାଘନା କରିଥିଲା। ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ନେଇ ପୋଲିସର ବାରମ୍ବାର ପଚାରିବା ସତ୍ତ୍ୱେ ଅଭିଯୁକ୍ତ ବାଘା ଘଟଣାରେ ନାବାଳକ, ଶଙ୍କର ଓ ତାର ହିଁ ସମ୍ପୃକ୍ତି ଥିବା ପୋଲିସକୁ କହିଥିଲା । ବଳରାମ ମହାଙ୍କୁଡ଼ ହତ୍ୟା ପରେ ତାଙ୍କ ପରିବାର ଲୋକେ ଘଟଣା ଆଉ କିଛି ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହ କରି ଚିକିଟି ଏସ୍‌ଡିପିଓ ବିଶ୍ଵାମିତ୍ର ହରପାଲଙ୍କୁ ଭେଟିଥିଲେ । 

ଅଭିଯୋଗ ପରେ ପୋଲିସ ବାଘାକୁ  ରିମାଣ୍ଡ ପାଇଁ ତିନିଦିନ ପୂର୍ବେ ଆବେଦନ କରିଥିଲା । ମଙ୍ଗଳବାର ଅଭିଯୁକ୍ତ ସନ୍ତୋଷ ଜେନାକୁ ଜେରା ଓ ହତ୍ୟାକାଣ୍ଡ ସ୍ଥଳକୁ ନେବା ବେଳେ ଚିକିଟି ଏସ୍‌ଡିପିଓଙ୍କ ସହ କେ.ନୂଆଗାଁ ଆଇଆଇସି କିଶୋର ସାମଲ ଉପସ୍ଥିତ ଥିଲେ । ସାମାନ୍ୟ ଥଟ୍ଟା ମଜାରେ ଘଟିଥିବା ଏହି ହତ୍ୟାକାଣ୍ଡର ମୂଖ୍ୟ ଅଭିଯୁକ୍ତ ଜଣେ ନାବାଳକ ହୋଇଥିବା ବେଳେ ଘଟଣାରେ ହତ୍ୟାକାଣ୍ଡ ବେଳେ ମୃତକକୁ ମାଡ଼ ମାରିଥିବା ଓ ତାର ମୋବାଇଲ ଫିଙ୍ଗିଥିବା ବାଘା ଏବଂ ହତ୍ୟାକାଣ୍ଡ ସ୍ଥଳରେ ପ୍ରଥମେ ମୃତକ ବଲରାମକୁ ପ୍ରଥମେ ପଥରେ ଆକ୍ରମଣ କରିଥିବା ଶଙ୍କର ଏବେ ସମସ୍ତେ ଜେଲରେଥିବା ବେଳେ ମୃତକଙ୍କ ପରିବାର ଏବେବି ଏକ ଅଜଣା ଭୟରେ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.