ମାଲକାନଗିରି, ୨୧/୧ (ଆପ୍ର ) ମାଲକାନଗିରି ଜିଲ୍ଲାରେ ଶାନ୍ତି, ମୈତ୍ରୀ, ଓ ସଦଭାବନା ବାର୍ତ୍ତା ନେଇ ଯୁବକ ଦିନେଶ କୁମାର ପଟନାୟକ ସାଇକେଲରେ ଏକତା ଯାତ୍ରା ଆରମ୍ଭ କରିଛନ୍ତି। ସେ ଗତ ୧୭ ତାରିଖ ରେ ମାଲକାନଗିରି ସହର ପ୍ରବେଶ ଦ୍ୱାରରେ ପ୍ରତିଷ୍ଠିତ ଭୈରବୀ ମନ୍ଦିର ରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ସମଗ୍ର ମାଲକାନଗିରି ଜିଲ୍ଲା ର ସାତ ଟି ଯାକ ବ୍ଲକ ବୁଲି ସାରି ଯୁବଗୋଷ୍ଠିଙ୍କୁ ଭେଟି ଶାନ୍ତିର ବାର୍ତ୍ତା ଦେଇଥିଲେ।
ବୁଧବାର ମାଲକାନଗିରି ଏମଭି ୨ ଗ୍ରାମ ଠାରେ ପହଞ୍ଚିଥିଲେ।ସେ ମାଲକାନଗିରି ଜିଲ୍ଲା ମଧ୍ୟରେ ସାଇକେଲ ଯାତ୍ରା ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟ ରେ ପହଁଚିବା ପରେ ତାଙ୍କୁ ସମସ୍ତ ସ୍ଥାନରେ ଭଵ୍ୟ ସମ୍ବର୍ଦ୍ଦନା ଜଣାଯାଇଛି।ତାଙ୍କର ଏହି ଏକତା ଯାତ୍ରା ମାଧ୍ୟମରେ ଶାନ୍ତି ମୈତ୍ରୀ ଏବଂ ସଦଭାବନାର ବାର୍ତ୍ତା ବାଣ୍ଟିବା ଏହାର ଉଦ୍ଦେଶ୍ୟ ରହିଛି ବୋଲି ଦିନେଶ କହିଛନ୍ତି। ଦିନେଶ ପୁର୍ବରୁ ସାଇକେଲ ଯୋଗେ ଅଯୋଧ୍ୟା,ପ୍ରୟାଗ,ପୁରୀ, ବାରଣାସି କୁ ସଫଳତାର ଯାତ୍ରା କରିଥିଲେ। ତାଙ୍କର ଏହି ଯାତ୍ରାକୁ ଜିଲ୍ଲାବାସୀ ସ୍ୱାଗତ ଜଣାଇ ସଫଳତା କାମନା କରିଛନ୍ତି।