ଲମତାପୁଟ,୨୩।୮ : ଡୁଡୁମା ଜଳପ୍ରପାତରେ ପୁଣି ଅଘଟଣ l ଭିଡିଓ ସୁଟିଂ ବେଳେ ଜଣେ ୟୁଟ୍ୟୁବର ଡୁଡୁମା ଜଳପ୍ରପାତରେ ଭାସି ଗଲେ l  ୟୁଟ୍ୟୁବର ଜଣକ ହେଲେ ବ୍ରହ୍ମପୁରର ସାଗର ଟୁଡୁ ।

ଡୁଡୁମା ଜଳପ୍ରପାତ ଉପରେ ବ୍ରହ୍ମପୁରର ସାଗର ଟୁଡୁ ଏବଂ କଟକର ଅଭିଜିତ ବେହେରା  ଡ୍ରୋନ ସାହାଯ୍ୟରେ ଭିଡିଓ ସୁଟିଂ କରୁଥିଲେ। ଏହି ସମୟରେ ମାଛକୁଣ୍ଡ ଡ୍ୟାମର ୭ ନମ୍ବର ଗେଟ ଖୋଲାଯିବାରୁ ଜଳସ୍ତର ବଢିଯାଇଥିଲା l ପର୍ଯ୍ୟଟକ ପାଣି ମାଡି ଆସୁଥିବା ଦେଖି ପାଟି କରିବାରୁ ଅଭିଜତ ବେହେରା ବାହାରି ଆସିଥିବା ବେଳେ ସାଗର ଭାସି ଯାଇଥିଲେ  l ତେବେ ଡୁଡୁମା ଜଳପ୍ରପାତର ୫୫୦ ଫୁଟ ତଳକୁ ଖସି ପଡିବା ସହ  ପ୍ରଖର ସ୍ରୋତରେ ସାଗର ନିଖୋଜ ହୋଇଛନ୍ତି।