ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘ଖୁବ୍ ବଢିଆ ଚା’... ପଶ୍ଚିମବଙ୍ଗ ହିଂସା ମଧ୍ୟରେ ଟିଏମ୍‌ସି ସାଂସଦ ୟୁସୁଫ ପଠାନଙ୍କୁ ଟ୍ରୋଲ, ଫଟୋ ପୋଷ୍ଟକୁ ନେଇ ବିବାଦ

Published By : Harapriya Biswal | April 13, 2025 6:18 PM

ନୂଆଦିଲ୍ଲୀ,୧୩।୪: ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଦେଖାଦେଇଛି ହିଂସା। ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମୟରେ, ବାହାରମପୁର ଆସନରୁ ତୃଣମୂଳ କଂଗ୍ରେସ ସାଂସଦ ଏବଂ ପୂର୍ବତନ କ୍ରିକେଟର ୟୁସୁଫ ପଠାନ ସମାଲୋଚନାର ଶିକାର ହେଉଛନ୍ତି।  ସେ ମୁର୍ଶିଦାବାଦ ହିଂସା ମଧ୍ୟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ, ଯେଉଁଥିରେ ସେ ଆରାମରେ ଚା'ର ମଜା ନେଉଥିବାର ଦେଖାଯାଉଛନ୍ତି।

ଲୋକମାନେ ତାଙ୍କ ପୋଷ୍ଟକୁ ପସନ୍ଦ କରିନାହାଁନ୍ତି। ଏହି କାରଣରୁ ତାଙ୍କୁ ଟ୍ରୋଲ୍  ମଧ୍ୟ କରାଯାଉଛି। ୟୁସୁଫ ପଠାନ ଦୁଇ ଦିନ ପୂର୍ବେ ଇନଷ୍ଟାଗ୍ରାମରେ ତିନୋଟି ଫଟୋ ସେୟାର କରିଥିଲେ। ଫଟୋଗୁଡ଼ିକ ସହିତ ଥିବା କ୍ୟାପସନରେ ଲେଖାଥିଲା, ‘ଆରାମଦାୟକ ଅପରାହ୍ନ, ସ୍ୱାଦିଷ୍ଟ ଚା ଏବଂ ଏକ ଶାନ୍ତ ପରିବେଶ। ଏହି ମୁହୂର୍ତ୍ତକୁ ଉପଭୋଗ କରୁଛି।’ କିଛି ସମୟ ପରେ ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କଲେ। ଜଣେ ୟୁଜର ପଚାରିଲେ, "ତୁମର କିଛି ଲାଜ ଅଛି କି?" ଏହି ପୋଷ୍ଟକୁ ନେଇ ବିଜେପି ମଧ୍ୟ ତୃଣମୂଳ ସାଂସଦଙ୍କୁ ଟାର୍ଗେଟ କରିଛି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶେହଜାଦ ପୁନାୱାଲା ଟ୍ୱିଟରରେ ଏକ ପୋଷ୍ଟରେ କରିଛନ୍ତି। ସେ କହିଛନ୍ତି "ବଙ୍ଗଳା ଜଳୁଛି। ହାଇକୋର୍ଟ କହିଛନ୍ତି ଆଖି ବନ୍ଦ କରି କେନ୍ଦ୍ରୀୟ ବାହିନୀ ନିୟୋଜିତ କରିପାରିବ ନାହିଁ। ମମତା ବାନାର୍ଜୀ ରାଜ୍ୟରେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। ସେପଟେ ପୋଲିସ ମଧ୍ୟ ନୀରବ। ଏହି ସମୟରେ ସାଂସଦ ୟୁସୁଫ ପଠାନ ଚା ପିଇଛନ୍ତି। ଏହା ହେଉଛି ଟିଏମସି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.