ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

'ଆତ୍ମହତ୍ୟା କରିବାକୁ ମନରେ ଚିନ୍ତା ଆସୁଥିଲା'... ଛାଡ଼ପତ୍ର ଯନ୍ତ୍ରଣା ବଖାଣିଲେ ଚହଲ

Published By : Ankita S | August 1, 2025 3:05 PM

ନୂଆଦିଲ୍ଲୀ,୦୧/୦୮: କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କଠାରୁ ଛାଡପତ୍ର ପରେ ଭାରତୀୟ କ୍ରିକେଟର ୟୁଝବେନ୍ଦ୍ର ଚହଲ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ବିଗତ ଦିନର ଯନ୍ତ୍ରଣାକୁ ସେ ବଖାଣିଛନ୍ତି । ମାନସିକ ସ୍ବାସ୍ଥ୍ୟ ବାବଦରେ ଖୋଲାଖୋଲି କହିଛନ୍ତି । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ କିଛି ବିନ୍ଦୁ କହିଛନ୍ତି । ଧନଶ୍ରୀ ଏବଂ ସେ କିଛି ମାସ ପୂର୍ବରୁ ଛାଡପତ୍ର ନିଷ୍ପତ୍ତି ନେଇଥିଲେ । କିନ୍ତୁ, ସବୁକିଛି ଠିକ୍ ହୋଇଯିବ ବୋଲି ଭାବିବା ବନ୍ଦ କରିନଥିଲେ । ହେଲେ ସେଭଳି କିଛି ଘଟିନଥିଲା । ତେଣୁ ସେମାନଙ୍କୁ ଅଲଗା ହେବାକୁ ପଡିଥିଲା । ଧନଶ୍ରୀଙ୍କଠାରୁ ଛାଡପତ୍ର ପରେ ଚହଲଙ୍କୁ ଠକ ବୋଲି ମଧ୍ୟ କୁହାଯାଇଥିଲା । ସେହି ସମୟରେ ତାଙ୍କ ମନରେ ଆତ୍ମହତ୍ୟା କରିବା ଚିନ୍ତା ଆସିଥିବା ବୋଲି କହିଛନ୍ତି । 

ଚହଲଙ୍କୁ ଠକ ବୋଲି କୁହାଯାଇଥିଲା- ଏକ ପଡକାଷ୍ଟରେ ଚହଲ କହିଥିଲେ ଯେ, ଛାଡପତ୍ର ପରେ ତାଙ୍କୁ ଭୁଲ କୁହାଯାଇଥିଲା ଏବଂ 'ଠକ' ଟ୍ୟାଗ୍ ଦିଆଯାଇଥିଲା। ଯେତେବେଳେ ଚହଲଙ୍କୁ ପଚରାଗଲା, ଭବିଷ୍ୟତରେ ସବୁକିଛି ଠିକ୍ ହୋଇଯିବ କି, ସେ କହିଥିଲେ, 'ହଁ । ସେ ଅନୁଭବ କରିଥିଲେ ଅଲଗା ହେବାର ନିଷ୍ପତ୍ତି ପରିବର୍ତ୍ତନ ହୋଇପାରେ ଏବଂ ଉଭୟ ପୁଣି ଥରେ ଏକାଠି ଖୁସିରେ ରହିବା ଆରମ୍ଭ କରିବେ । ହେଲେ ତାହା ହେଲା ନାହିଁ, ଛାଡ଼ପତ୍ର ପରେ ମୋତେ ଠକ ବୋଲି କୁହାଯାଉଥିଲା । ମୁଁ ଜୀବନରେ କେବେ କାହାକୁ ଠକି ନାହିଁ । ମୁଁ ବିଶ୍ୱସ୍ତ । ମୋ ଭଳି ବିଶ୍ୱସ୍ତ କେହି ପାଇପାରିବେ ନାହିଁ । ମୁଁ ମୋ ଲୋକଙ୍କ ପାଇଁ ଚିନ୍ତା କରେ। ଲୋକମାନେ ସମ୍ପୂର୍ଣ୍ଣ ଘଟଣା ନ ଜାଣି ଏକ ନିଷ୍କର୍ଷରେ ପହଞ୍ଚନ୍ତି ତାହା ମୋତେ ସବୁଠାରୁ ଖରାପ ଲାଗେ । ମୁଁ ଏସବୁ ଜିନିଷ ଦ୍ୱାରା ବହୁତ କଷ୍ଟ ଅନୁଭବ କରେ । କେହି ଜାଣନ୍ତି ନାହିଁ କ'ଣ ଘଟିଛି ଏବଂ ତଥାପି ସେମାନେ ମୋତେ ଦୋଷ ଦେଇଥିଲେ ।

ବିବାହ ବିଚ୍ଛେଦର କାରଣ ବୁଝାଇ ଚହଲ କହିଛନ୍ତି ବିବାହ ଏକ 'ବୁଝାମଣା'। ଏକାଠି ଭଲ ସମୟ ବିତାଇ ନ ପାରିବା କାରଣରୁ ଦୂରତା ବଢ଼ିଥିଲା । ଯଦିଓ ଉଭୟ ପକ୍ଷରୁ ବୁଝମଣା ହେବା ଜରୁରୀ, କିନ୍ତୁ କେବେ କେବେ ବିଚ୍ଛେଦ ଯୋଗୁଁ ସବୁକିଛି ନଷ୍ଟ ହୋଇଯାଏ । ଆମେ ନିଜ ନିଜ କ୍ୟାରିଅରରେ ବ୍ୟସ୍ତ ଥିଲୁ । ଏହି କାରଣରୁ ବର୍ଷ ବର୍ଷ ଧରି ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା, ଯାହା ଧୀରେ ଧୀରେ ସେମାନଙ୍କ ସମ୍ପର୍କକୁ ପ୍ରଭାବିତ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.