ନୂଆଦିଲ୍ଲୀ,୧୨/୦୪; ଗତ କିଛି ବର୍ଷ ହେଲା ବ୍ୟକ୍ତିଗତ କାରଣକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଟିମ ଇଣ୍ଡିଆର ପୂର୍ବତନ ଲେଗ ସ୍ପିନର ୟୁଝବେନ୍ଦ୍ର ଚହଲ ପୁଣି ଏକ ବିବାଦରେ ଫସିଛନ୍ତି । ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସମ୍ପ୍ରତି ବେଶ୍ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡ଼ିଓରେ ଚହଲ ରହିଥିବା କୁହାଯାଉଛି । ଏକ ଦାମୀ କାର୍ରେ ବସିଥିବା ଚହଲ ସିଗାରେଟ୍ ସେବନ କରି କାର୍ ବାହାରକୁ ଧୂଆଁ ଛାଡ଼ୁଛନ୍ତି ଓ ସିଗାରେଟ୍‌ର ପାଉଁଶ ରାସ୍ତାରେ ପକାଉଛନ୍ତି । ତେବେ ଭିଡ଼ିଓରେ ଦେଖାଯାଉଥିବା ଉକ୍ତ ବ୍ୟକ୍ତି ଜଣକ ସତରେ ଚହଲ କିମ୍ବା ତାଙ୍କ ଭଳି ଦେଖା ଯାଉଥିବା ଅନ୍ୟ କିଏ, ତାହାର ସଠିକ ପ୍ରମାଣ ମିଳି ନାହିଁ । ଚହଲ କିମ୍ବା ତାଙ୍କ ମ୍ୟାନେଜମେଣ୍ଟ ପକ୍ଷରୁ ଏହି ଭିଡ଼ିଓ ସମ୍ପର୍କରେ କୌଣସି ମତ ଦିଆଯାଇ ନାହିଁ ।

​​​​​​​ଚହଲଙ୍କୁ ସମାଲୋଚନା- ଏହି ଭିଡିଓଟି ସୁଟିଂ କରିଥିବା ପ୍ରଶଂସକ ଚହଲଙ୍କ ଭଳି ଜଣେ ତାରକାଙ୍କୁ ସେଠାରୁ ଯିବାର ଦେଖି ଖୁସି ହୋଇ ଏହାକୁ ସେୟାର କରିଛନ୍ତି । କିନ୍ତୁ ଏବେ, ଏହା ପଞ୍ଜାବ କିଙ୍ଗ୍ସ ସ୍ପିନରଙ୍କ ଉପରେ ଓଲଟା ପ୍ରଭାବ ପକାଇଛି । ଭିଡିଓଟିକୁ ବିଭିନ୍ନ ସୋସିଆଲ ମିଡିଆ ୟୁଜର ସେୟାର କରୁଛନ୍ତି, ଯେଉଁମାନେ ଚହଲଙ୍କୁ ଏପରି ଭାବରେ ଜଳନ୍ତା ସିଗାରେଟ୍ ଫିଙ୍ଗି କେବଳ ଅନ୍ୟମାନଙ୍କୁ ବିପଦରେ ପକାଇବା ପାଇଁ ନୁହେଁ ବରଂ ଏକ ଅବ୍ୟବସ୍ଥା ସୃଷ୍ଟି କରିଥିବାରୁ ପ୍ରଶ୍ନ କରୁଛନ୍ତି । ଅଭିଯୋଗ ଆସୁଛି କି, ଜଣେ ସେଲିବ୍ରିଟି ଭାବରେ, ସେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଉଚିତ୍, କିନ୍ତୁ ଏହା ବଦଳରେ, ସେ ନିଜେ ଏପରି ଭୁଲ୍ କାର୍ଯ୍ୟ କରୁଛନ୍ତି ।

ଏହା ବି ପଢନ୍ତୁ...​​​​​​​କାର୍‌ରେ ସିଗାରେଟ୍ ଟାଣି ଧୂଆଁ ଛାଡୁଥିଲେ କି ୟୁଝବେନ୍ଦ୍ର ଚହଲ ? ଭାଇରାଲ ଭିଡ଼ିଓକୁ ନେଇ ହଲଚଲ 

ସେ ସମ୍ପ୍ରତି ପଞ୍ଜାବ ପକ୍ଷରୁ ଆଇପିଏଲ ଖେଳୁଛନ୍ତି । ପ୍ରଥମ ୨ଟି ମ୍ୟାଚରେ ସେ ୩ଟି ୱିକେଟ୍ ନେଇଛନ୍ତି । ସୂଚନାଯୋଗ୍ୟ, ଚହଲ କିଛି ଦିନ ତଳେ ଏବି ଡି ଭିଲର୍ସଙ୍କ ପୋଡକାଷ୍ଟରେ ଯୋଗ ଦେଇ ନିଶା ସେବନ ସମ୍ପର୍କରେ ଜଣାଇଥିଲେ । ସେ କହିଥିଲେ, ଗତ ୬ ମାସ ପୂର୍ବରୁ ସେ ମଦ୍ୟପାନ ଛାଡି଼ ସାରିଛନ୍ତି । ଏଥର ଆଇପିଏଲ୍‌ରେ ନିଜ ଦଳ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବାରୁ ସବୁ ଆଲୋଚନା ଓ ବିବାଦରୁ ଦୂରେଇ ରହି ଫିଟ୍ନେସ୍ ଓ ଫର୍ମ ଉପରେ ଧ୍ୟାନ ଦେଉଛନ୍ତି ।