ମୁମ୍ବାଇ,୧୭/୧୨: ବିଶ୍ବରେ ସୁନାମ ଅର୍ଜନ କରିଥିବା ସଙ୍ଗୀତ ଜଗତର ଉଜ୍ଜ୍ବଳ ପ୍ରଦୀପ ଜାକିର ହୁସେନଙ୍କ ଜୀବନଦୀପ ଲିଭି ଯାଇଛି । ଭାରତୀୟ ଶାସ୍ତ୍ରୀୟ ସଂଙ୍ଗୀତକୁ ବିଶ୍ବ ଦରବାରରେ ପହଞ୍ଚାଇଥିବା ତବଲା ବାଦକ ଉସ୍ତାଦ୍ ଜାକିର ହୁସେନ ୭୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ଜାକିର ହୁସେନଙ୍କ ପ୍ରେମ କାହାଣୀ ଓ ବିବାହ କୌଣସି ଫିଲ୍ମ କାହାଣୀଠୁ କମ ନଥିଲା । ମା'ଙ୍କ ଅରାଜି ସତ୍ତ୍ବେ ପ୍ରେମ ବବାହ କରିଥିଲେ ଜାକିର ହୁସେନ । ତାଙ୍କ ପ୍ରେମ କାହାଣୀକୁ ସଫଳ କରିବାରେ ସହାଯ୍ୟ କରିଥିଲେ ତାଙ୍କ ବାପା ।
ଦେଶ ବିଦେଶରେ ଜାକିର ହୁସେନ ସଙ୍ଗୀତ ଜଗତରେ ପରିଚିତ ମୁହଁ ଥିଲେ । ଚା ବିଜ୍ଞାପନ ଜରିଆରେ ଘରେ ଘରେ ପରିଚିତ ଥିଲେ ଜାକିର ୭ ବର୍ଷ ବୟସରୁ ତାବଲା ବଜାଇବାରେ ମାହିର ହୋଇଥିଲେ । ତାବଲା ବଜାଇବାରେ ମାଷ୍ଟର ହେବା ପରେ ଉସ୍ତାଦର ଆଖ୍ୟା ପାଇଥିଲେ । କଥକ ନୃତ୍ୟଶିଳ୍ପୀ ଆଣ୍ଟୋନିଆ ମିନେକୋଲାଙ୍କୁ ପ୍ରେମ ବିବାହ କରିଥିଲେ ଜାକିର ହୁସେନ । ୧୯୭୮ରେ ହୁହିଁଙ୍କ ବିବାହ ହୋଇଥିଲା । ଉଭୟଙ୍କ ଲଭଷ୍ଟୋରୀ ବଲିଉଡ ଫିଲ୍ମଠୁ କମ ନଥିଲା । ଜାକିର ଓ ଆଣ୍ଟୋନିଆଙ୍କ ପ୍ରେମକୁ ତାଙ୍କ ମାଆ ସମର୍ଥନ କରୁନଥିଲେ । ଦୁହିଁଙ୍କ ବିବାହ ପାଇଁ ଜାକିରଙ୍କ ମାଆ ରାଜି ନଥିଲେ । ତଥାପି ସେ ମିନେକୋଲାଙ୍କୁ ବିବାହ କରିଥିଲେ । ଜାକିର ପ୍ରେମ କାହାଣୀଙ୍କୁ ସଫଳ କରିବାକୁ ତାଙ୍କ ବାପା ଆଲ୍ଲା ରାଖା ସହଯୋଗ କରିଥିଲେ ।
୭୦ ଦଶକରେ ଜାକିର ହୁସେନ ଓ ଆଣ୍ଟୋନିଆଙ୍କର କାର୍ଲିଫର୍ଣ୍ଣିଆରେ ପ୍ରଥମ ଭେଟ ହୋଇଥିଲା । ସେବେ ଜାକିର ତବଲା ଏବଂ ଆଣ୍ଟୋନିଆ କଥକ ତାଲିମ ନେଉଥିଲେ । ପ୍ରଥମ ଦେଖାରେ ଆଣ୍ଟୋନିଆଙ୍କ ପ୍ରେମରେ ପଡିଥିଲେ ଜାକିର । ଆଣ୍ଟୋନିଆ କିନ୍ତୁ ଜାକିରଙ୍କ ପ୍ରତି ଆକର୍ଷିତ ନଥିଲେ । ସେ ଟିକେ ନ୍ଦ୍ବନ୍ଦରେ ଥିଲେ । ଆଣ୍ଟୋନିଆଙ୍କ କ୍ଲାସ ଶେଷ ହେବା ପରେ ତାଙ୍କୁ ଦେଖା କରିବାକୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଜାକିର । ପ୍ରଥମ ଦେଖାର ୭ବର୍ଷ ପରେ ସେମାନଙ୍କ ବିବାହ ହୋଇଥିଲା । ଜାକିର ଓ ଆଣ୍ଟୋନିଆଙ୍କ ପ୍ରେମକୁ ସମର୍ଥନ କରୁନଥିଲେ ତାଙ୍କ ମାଆ । ମାତ୍ର ଜାକିରଙ୍କ ବାପା ରାଜି ରଥିଲେ । ଦୁହିଁଙ୍କ ପ୍ରେମ କାହାଣୀକୁ ସତ କରିବାକୁ ପତ୍ନୀଙ୍କ ଅଜଣାତରେ ସହଯୋଗ କରିଥିଲେ ଜାକିରଙ୍କ ବାପା । ପରବର୍ତ୍ତୀ ସମୟରେ ଆଣ୍ଟୋନିଆଙ୍କୁ ବୋହୂ ବୋଲି ସ୍ବୀକାର କରିଥିଲେ ତାଙ୍କ ମାଆ । ୧୯୭୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଜାକିର ହୁସେନ । ସେମାନଙ୍କର ଦୁଇ ଝିଅ ରହିଛନ୍ତି ।