ନୂଆଦିଲ୍ଲୀ,୨୫।୧୧: ଗାୟକ ଜୁବିନ୍ ଗର୍ଗଙ୍କୁ ହତ୍ୟା କରାଯାଇଛି। ତାହା ପୁଣି ଯୋଜନାବଦ୍ଧ ଭାବରେ। ଏଭଳି କିଛି କହିଛନ୍ତି ଆସାମ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଜୁବିନଙ୍କ ମୃତ୍ୟୁ ଉପରେ ଆଲୋଚନା ସମୟରେ ସୋମବାର ସେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ବିରୋଧୀ ଦଳ ଆଜି ଏହି ଆଲୋଚନାକୁ ଅନୁମତି ଦେବା ପାଇଁ ଏକ ମୁଲତବୀ ପ୍ରସ୍ତାବ ଆଣିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧରେ ବାଚସ୍ପତି ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ୧୯ ସେପ୍ଟେମ୍ବରରେ ସିଙ୍ଗାପୁରରେ ସମୁଦ୍ରରେ ପହଁରିବା ସମୟରେ ଜୁବିନଙ୍କ ମୃତ୍ୟୁ ହୋଇଥିଲା। ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ତଦନ୍ତ ଦଳ (SIT) ତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଛି। ସନ୍ଦେହଜନକ ପରିସ୍ଥିତିରେ ଗର୍ଗଙ୍କ ମୃତ୍ୟୁର ତଦନ୍ତ ପାଇଁ ଆସାମ ସରକାର ଗୌହାଟି ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଶନ ମଧ୍ୟ ଗଠନ କରିଥିଲେ।
ବିଶ୍ବ ଶର୍ମା ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ସହ ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି। ସେ ବିଧାନସଭାରେ କହିଛନ୍ତି ଯେ ସିଙ୍ଗାପୁରରେ ସମୁଦ୍ରରେ ପହଁରିବା ସମୟରେ ଗାୟକ ଜୁବିନ୍ ଗର୍ଗଙ୍କ ସ୍ପଷ୍ଟ ଭାବରେ ଏକ ହତ୍ୟା ମାମଲା। ଜୁବିନଙ୍କ ମୃତ୍ୟୁର ଯାଞ୍ଚ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ମାମଲାରେ ହତ୍ୟା ଅଭିଯୋଗ ଯୋଡିଛି। ସେ କହିଛନ୍ତି, ‘ପ୍ରାଥମିକ ତଦନ୍ତ ପରେ, ଆସାମ ପୋଲିସ ନିଶ୍ଚିତ ହୋଇଥିଲା ଯେ ଏହା ସ୍ପଷ୍ଟ ହତ୍ୟା ମାମଲା। ତେଣୁ, ତାଙ୍କ ମୃତ୍ୟୁର ତିନି ଦିନ ମଧ୍ୟରେ ବିଏନ୍ଏସର ଧାରା ୧୦୩ ମାମଲାରେ ଯୋଡା ଯାଇଥିଲା।’
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୋଲିସ ସିଆଇଡି ଅଧୀନରେ ଗଠିତ ଏସଆଇଟି ଏପର୍ଯ୍ୟନ୍ତ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି, ୨୫୨ଜଣ ସାକ୍ଷୀଙ୍କୁ ପଚରାଉଚରା କରିଛି ଏବଂ ୨୯ ଟି ଜିନିଷ ଜବତ କରିଛି। ଶର୍ମା ଦାବି କରିଛନ୍ତି ଯେ ଜଣେ ଅଭିଯୁକ୍ତ ଗର୍ଗଙ୍କୁ ହତ୍ୟା କରିଛନ୍ତି ଏବଂ ଅନ୍ୟଜଣେ ତାକୁ ସହାୟତା କରିଚି। ହତ୍ୟା ମାମଲାରେ ଚାରି କିମ୍ବା ପାଞ୍ଚ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ସେ କହିଛନ୍ତି ଡିସେମ୍ବରରେ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ହେବା ପରେ, ତଦନ୍ତର ପରିସରକୁ ଆହୁରି ବଢାଯିବ। ଏସଆଇଟି ଏକ ଠୋସ୍ ଚାର୍ଜସିଟ୍ ଦାଖଲ କରିବ ଏବଂ ଅପରାଧ ପଛରେ ଥିବା ଉଦ୍ଦେଶ୍ୟ ରାଜ୍ୟବାସୀଙ୍କୁ ଚକିତ କରିବ।