ପ୍ରମୁଖ ଖବର
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • IPL 2024ରେ ସୁପରଜାଏଣ୍ଟ୍‌ସ-ମୁମ୍ବାଇ ଇଣ୍ଡିଆନ ମୁକାବିଲା, ମନ୍ଥର ପିଚ୍‌ରେ ପେସ୍‌ ପରୀକ୍ଷା
  • ||
  • ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ, ଦିବ୍ୟ ରୂପ ଦେଖି ଭକ୍ତିରେ ବିଭୋର ହେଲେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ,୧୭।୪:  ସୂର୍ଯ୍ୟବଂଶୀ ଶ୍ରୀରାମଙ୍କର ହେଲା ସୂର୍ଯ୍ୟତିଳକ। ରାମନବମୀ ଅବସରରେ ବାଳସ୍ବରୂପ ରାମଲାଲାଙ୍କ ଦିବ୍ୟରୂପ ଦର୍ଶନ କରି ଶ୍ରଦ୍ଧାଳୁ ବୁଡିଲେ ଭକ୍ତିରେ। ଅଯୋଧ୍ୟାରେ ଏଭଳି ଭାବାବେଗପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଛି। ପୁରା ଅଯୋଧ୍ୟା ହୋଇଛି ରାମମୟ। ମଧ୍ୟାହ୍ନ ୧୨ଟା ୧୬ ମିନିଟ୍‌ରେ ରାମଲାଲାଙ୍କର ହୋଇଛି ସୂର୍ଯ୍ୟତିଳକ। ପ୍ରାୟ ୪ ମିନିଟ ପର୍ଯ୍ୟନ୍ତ ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟଙ୍କର କିରଣ ପଡିଥିଲା।ଚଳିତ ବର୍ଷର ରାମ ନବମୀ ଖୁବ୍ ବିଶେଷ, କାରଣ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ରାମଲାଲାଙ୍କ ଏହା ପ୍ରଥମ ରାମ ନବମୀ। ଏହି ସମୟରେ ରାମଲାଲାଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି।

ରାମ ମନ୍ଦିରରେ ସୂର୍ଯ୍ୟ ତିଳକର ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଆସ୍ଥା ଓ ବିଜ୍ଞାନର ସଙ୍ଗମ ଦ୍ବାରା ରାମଲାଲାଙ୍କ ସୂଯ୍ୟ ତିକଳ ହୋଇଛି। ଏହି ସମୟରେ ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟଙ୍କ କିରଣ ଚମକି ଥିଲା। ୫୦୦ ବର୍ଷ ଇତିହାସରେ ପ୍ରଥମ ଥର ଶ୍ରୀରାମଙ୍କ ହୋଇଛି ସୂର୍ଯ୍ୟାଭିଷେକ।

ରାମଲାଲା ସୂର୍ଯ୍ୟ ତିଳକର ଦୃଶ୍ୟ ଖୁବ୍ ଅଦ୍ଭୁତ ଥିଲା। ସୂର୍ଯ୍ୟଙ୍କ ରଶ୍ମି ମନ୍ଦିରର ତୃତୀୟ ମହଲାରେ ଥିବା ଦର୍ପଣ ଉପରେ ପ୍ରଥମେ ପଡିଥିଲା। ଏଠାରୁ ପରିବର୍ତ୍ତିତ ହୋଇ ପିତଳ ପାଇପରେ ପ୍ରବେଶ କରିଥିଲା। ପିତଳ ପାଇପରେ ଲାଗିଥିବା ଦ୍ବିତୀୟ ଦର୍ପଣ ଉପରେ ପଡି ୯୦ ଡିଗ୍ରୀରେ ପୁଃନ ପରିବର୍ତ୍ତିତ ହୋଇଥିଲା। ଏହାପରେ ପିତଳ ପାଇପରେ ଯାଇ ସୂର୍ଯ୍ୟଙ୍କ କିରଣ ତିନୋଟି ଅଲଗା ଅଲଗା ଲେନ୍ସ ଦେଇ ଯାଇଥିଲା ଓ ଲମ୍ବା ପାଇପ୍ ଗର୍ଭଗୃହରେ ଥିବା ଦର୍ପଣ ଉପରେ ପଡିଥିଲା । ଗର୍ଭଗୃହରେ ଥିବା ଦର୍ପଣରେ ପଡିବା ପରେ ସୂର୍ଯ୍ୟକିରଣ ସିଧା ରାମଲାଲାଙ୍କ ମସ୍ତକରେ ୭୫ ମିଲିମିଟର ଗୋଲାକାର ତିଳକରେ ପରିଣିତ ହୋଇଥିଲା ଓ ଲଗାତାର ୪-୫ ମିନିଟ୍  ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା।

ରାମ ନବମୀ  ଅବସରରେ ମନ୍ଦିରର ବିଶେଷ ସାଜସଜ୍ଜା କରାଯାଇଛି। ମନ୍ଦିର କପାଟକୁ ଭକ୍ତଙ୍କ ପାଇଁ ସକାଳ ୩ଟା ୩୦ ମିନିଟ୍‌ରେ ଖୋଲା ଯାଇଥିଲା। କୁହାଯାଉଛି ଯେ, ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ରାମଲାଲଙ୍କ ଦର୍ଶନ କରିପାରିବେ। ଏହି ଅବସରରେ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଆଜି ବିଶେଷ ଅବସରରେ ରାମଲାଲାଙ୍କ ପାଇଁ ସ୍ବତନ୍ତ୍ର ପରିଧାନ ଡିଜାଇନ୍ କରାଯାଇଛି, ଯାହାକି ହଳଦିଆ ପୀତାମ୍ବର ରଙ୍ଗର ରହିଛି। ଏଥିରେ ଖଦି ଓ ହାଣ୍ଡଲୁମ୍‌ର ବ୍ୟବହାର କରାଯାଇଛି। ଏହି ପରିଧାନକୁ ତିଆରି କରିବାରେ ବୈଷ୍ଣୋ ସମ୍ପ୍ରଦାୟର ପ୍ରତୀକକୁ ବ୍ୟବହାର କରାଯାଇଛି, ଯେଉଁଥିରେ ସୁନା ଓ ରୂପାର ସୂତା ବ୍ୟବହାର କରାଯାଇଛି। ରାମଲାଲାଙ୍କ ବସ୍ତ୍ରକାର ମନୀଷ ତ୍ରୀପାଠି କହିଛନ୍ତି, ରାମଲାଲାଙ୍କ ପୋଷାକ ତିଆରି କରିବାରେ ୨୦ ରୁ ୨୨ ଦିନ ସମୟ ଲାଗିଛି। ରାମଲାଲାଙ୍କ ବସ୍ତ୍ରରେ ମଖମଲି କଟନ ବ୍ୟବହାର କରାଯାଇଥାଏ, ଯାହାକି ଭିତରୁ ଖୁବ୍ ନରମ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.