ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଗୁଜରାଟର ଲଜ୍ଜାଜନକ ପରାଜୟ, ୬୭ ବଲ୍‌ ବାକି ଥାଇ ଲକ୍ଷ୍ୟ ହାସଲ କଲା ଦିଲ୍ଲୀ

Image Courtesy: espncricinfo

ଅହମ୍ମଦାବାଦ: ଆଇପିଏଲର ୩୨ ତମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୬୭ଟି ବଲ୍‌ ବାକି ଥାଇ ଟାର୍ଗେଟ ପୂରଣ କରିଛି ଦିଲ୍ଲୀ । ୮.୫ ଓଭରରେ ୪ ଓ୍ବିକେଟ ବିନିମୟରେ ୯୨ ରନ୍‌ କରିବା ସହ ଡିସି ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ମାତ୍ର ୮୯ ରନ୍‌ରେ ଅଲଆଉଟ ହୋଇଥିଲା । 

ଦିଲ୍ଲୀ ଟିମ୍‌ର ଫ୍ରେସର ମ୍ୟାକଗର୍କ ୨୦ ରନ୍ କରିଥିବା ବେଳେ ରିଷଭ ପନ୍ତ ଅପରାଜିତ ୧୯ ରନ୍‌ ଏବଂ ସୁମିତ କୁମାର ଅପରାଜିତ ୯ ରନ୍‌ କରିଛନ୍ତି ।  ସେହିଭଳି ପୃଥ୍ବୀ ଶ’ (୭), ଅଭିଷେକ ପୋରେଲ୍‌ (୧୫), ସାଇ ହୋପ (୧୯)ଙ୍କ ବଳରେ ଗୁଜରାଟକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ସେପଟେ ଗୁଜରାଟର ସନ୍ଦୀପ ଓ୍ବାରିୟର ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି । ତାଙ୍କ ବ୍ୟତୀତ ରାଶିଦ ଖାନ ଏବଂ ସ୍ପେନ୍ସର ଜନସନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । 

ଚଳିତ ଆଇପିଏଲ ସିଜନର ୩୨ ତମ ମ୍ୟାଚ୍‌ରେ ସବୁଠୁ କମ୍‌ ସ୍କୋର ହୋଇଛି । ଗୁଜରାଟ ୮୯ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଦିଲ୍ଲୀ ୫୩ଟି ବଲ୍‌ ଖେଳି ବିଜୟ ହାସଲ କରିଛି । ଆଜି ଟସ ହାରି ବ୍ୟାଟିଂ କରିଥିବା ଗୁଜରାଟ ଦିଲ୍ଲୀ କ୍ୟାପିଟାଲ୍ସର ବୋଲରଙ୍କ ସାମ୍ନାରେ ଅସହାୟତା ପ୍ରକାଶ କରିଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲଜ୍ଜାଜନକ ସ୍କୋର କରିଥିଲା ଗୁଜରାଟ ଟାଇଟନ୍ସ । 

୧୭.୩ ଓଭର ଖେଳି ୮୯ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଗୁଜରାଟ । ଆଜିର ମ୍ୟାଚ୍‌ରେ ରାଶିଦ ଖାନ ୩୧ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନଥିଲେ ।ସାଇ ସୁଦର୍ଶନ ୧୨ ରନ୍‌ କରିଥିବା ବେଳେ ରାହୁଲ ତେଓ୍ବତିଆ ୧୦ ରନ୍‌ କରିଥିଲା । ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନଥିଲେ । 

ସେପଟେ ଦିଲ୍ଲୀର ବୋଲର ମୁକେଶ କୁମାର ୨.୩ ଓଭର ବୋଲିଂ କରିବା ସହ ୩ ଓ୍ବିକେଟ ନେଇଥିଲେ । ସେହିଭଳି ତ୍ରିଷ୍ଟାନ ଷ୍ଟବ୍ସ ଏବଂ ଇଶାନ୍ତ ଶର୍ମା ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ଓ ଅକ୍ସର ପଟେଲଙ୍କ ଖାତାକୁ ଯାଇଥିଲା ଗୋଟିଏ ଲେଖାଏଁ ଓ୍ବିକେଟ୍‌ । ସୂଚନାଯୋଗ୍ୟ,ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଥିବା ବେଳେ ଗୁଜରାଟ ସପ୍ତମକୁ ଖସି ଆସିଛି।   

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.