ପ୍ରମୁଖ ଖବର
  • ବଡଦେଉଳରେ ଅଘଟଣ, ଗରମ ଡ଼ାଲି ପଡି ଦୁଇଜଣ ବୋଝିଆ ଗୁରୁତର
  • ||
  • ବିଜେପିରୁ ଇସ୍ତାଫା ଦେଲେ ବାସନ୍ତି ମଲ୍ଲିକ
  • ||
  • ଛତ୍ରପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଗଞ୍ଜାମରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ କରିବେ
  • ||
  • 'କେଜରିୱାଲଙ୍କ ଗିରଫ ବେଆଇନ୍': ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି
  • ||
  • ସନ୍ଦେଶଖାଲି ମାମଲା: ସିବିଆଇ ଯାଞ୍ଚ ରୋକ୍‌ ନେଇ ଜୁଲାଇରେ ସୁପ୍ରିମକୋର୍ଟ ଶୁଣାଣି
  • ||
  • ହାଇୱା ଧକ୍କାରେ ଯୁବକ ମୃତ, କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ
  • ||
  • ସୀମାନ୍ତ ଛତିଶଗଡ ନାରାୟଣପୁର ଜିଲ୍ଲାରେ ମୁହାଁମୁହିଁ ପୋଲିସ ଓ ମାଓବାଦୀ, ଟଳିଲେ ୪ ନକ୍ସଲ
  • ||
  • ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ବଡ଼ମ୍ବା ନିକଟରେ ଦୁର୍ଘଟଣା, ୩ ଆହତ
  • ||
  • ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ଟାଇଁ ଟାଇଁ ଖରା: ସକାଳୁ ୮ଟା ୩୦ ସୁଦ୍ଧା ତତଲା ସହର ପାଲଟିଲା ବାରିପଦା, ପାରଦ ଡେଇଁଲା ୩୮ଡିଗ୍ରୀ
  • ||
  • ବିଜୁ ପଟ୍ଟନାୟକ ଏୟାପୋର୍ଟରୁ ୭୫ ଲକ୍ଷର ନଗଦ ଟଙ୍କା ଜବତ, ଦୁଇ ଅଟକ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଦିଲ୍ଲୀ କ୍ୟାପିଟାଲ୍ସର ଘାତକ ବୋଲିଂ, ମାତ୍ର ୮୯ ରନ୍‌ରେ ଅଲଆଉଟ୍‌ ଗୁଜରାଟ

Image Courtesy: espncricinfo

ଅହମ୍ମଦାବାଦ: ଦିଲ୍ଲୀ କ୍ୟାପିଟାଲ୍ସର ବୋଲରଙ୍କ ସାମ୍ନାରେ ତିଷ୍ଠିପାରିଲେ ନାହିଁ ଗୁଜରାଟ ବ୍ୟାଟର । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଲଜ୍ଜାଜନକ ସ୍କୋର କରିଛି ଗୁଜରାଟ ଟାଇଟନ୍ସ । ୧୭.୩ ଓଭର ଖେଳି ୮୯ ରନ୍‌ରେ ଅଲଆଉଟ୍‌ ହୋଇଛି ଗୁଜରାଟ । ଆଜିର ମ୍ୟାଚ୍‌ରେ ରାଶିଦ ଖାନ ୩୧ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଭଲ ପ୍ରଦର୍ଶନ କରିପାରି ନାହାନ୍ତି ।ସାଇ ସୁଦର୍ଶନ ୧୨ ରନ୍‌ କରିଥିବା ବେଳେ ରାହୁଲ ତେଓ୍ବତିଆ ୧୦ ରନ୍‌ କରିଛନ୍ତି । ଅନ୍ୟମାନେ ଦୁଇ ଅଙ୍କ ଛୁଇଁପାରି ନାହାନ୍ତି । 

ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଦିଲ୍ଲୀ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିପାରି ନଥିଲେ ଜିଟି ବ୍ୟାଟର। ଟପ୍ ଅର୍ଡରର କୌଣସି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠିପାରି ନଥିଲେ। ରାଶିଦ ଖାନଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର ନିରାଶ କରିଥିଲେ। ରାଶିଦ ୨୪ ବଲରୁ ୩୧ ରନ କରିଥିଲେ। ସାଇ ସୁଦର୍ଶନ(୧୨) ଓ ରାହୁଲ ତେଓ୍ଵତିଆ(୧୦)ଙ୍କ ବ୍ୟତୀତ ଅନ୍ୟ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଶେଷରେ ଗୁଜରାଟ ୧୭.୩ ଓଭରରେ ୮୯ ରନରେ ଅଲଆଉଟ୍ ହୋଇଛି। ଅଧିନାୟକ ଶୁଭମାନ ଗିଲ୍ ୮ ରନ, ଋଦ୍ଧିମାନ ଶାହ ୨ ରନ ଓ ଡେଭିଡ୍ ମିଲର ୨ ରନ କରି ଦଳକୁ ନିରାଶ କରିଛନ୍ତି। 

ସେପଟେ ଦିଲ୍ଲୀର ବୋଲର ମୁକେଶ କୁମାର ୨.୩ ଓଭର ବୋଲିଂ କରିବା ସହ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ତ୍ରିଷ୍ଟାନ ଷ୍ଟବ୍ସ ଏବଂ ଇଶାନ୍ତ ଶର୍ମା ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଖଲିଲ ଅହମ୍ମଦ ଓ ଅକ୍ସର ପଟେଲଙ୍କ ଖାତାକୁ ଯାଇଛି ଗୋଟିଏ ଲେଖାଏଁ ଓ୍ବିକେଟ୍‌ ।   

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.