ପ୍ରମୁଖ ଖବର
  • ପୁରୀ ଷ୍ଟେସନରେ ଭୁଶୁଡିଲା ନିର୍ମାଧୀନ ଛାତ, ୨ ଶ୍ରମିକ ଗୁରୁତର, ଏକାଧିକ ଫଶିଧିବା ସନ୍ଦେହ
  • ||
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ରାଜ୍ୟର ୧୬ ସ୍ଥାନରେ ୩୮ ଡିଗ୍ରୀ ଟପିଲା ପାରଦ, ୩୯.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ପାରଳାଖେମୁଣ୍ଡି

ଭୁବନେଶ୍ୱର, ୨୮/୦୩: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଗୁରୁବାର ରାଜ୍ୟକ ୫ ସହରରେ ପାରଦ ୩୯ ଡିଗ୍ରୀ ଉପରେ ରହିଥିବା ବେଳେ ୧୬ ସହରରେ ୩୮ ଡିଗ୍ରୀ ଡେଇଁଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୮ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧରେ ୩୯.୫ ଡିଗ୍ରୀ, ନୟାଗଡ଼ ୩୯.୨ ଡିଗ୍ରୀ, ଟିଟଲାଗଡ଼ ୩୯.୨ ଡିଗ୍ରୀ ଏବଂ ଭବାନୀପାଟଣାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।




କଟକର ସର୍ବୋଚ୍ଚ ଦିନ ତାପମାତ୍ରା ୩୮.୪ ଡିଗ୍ରୀ ରହିଥିବା ବେଳେ ରାୟଗଡ଼ା ୩୮.୬ ଡିଗ୍ରୀ, ମାଲକାନଗିରି ୩୮.୨ ଡିଗ୍ରୀ, ଫୁଲବାଣୀରେ ୩୮.୯ ଡିଗ୍ରୀ, ବଲାଙ୍ଗିର ୩୮.୯ ଡିଗ୍ରୀ, ତାଳଚେର ୩୮.୬ ଡିଗ୍ରୀ, ଝାରସୁଗୁଡ଼ା ୩୮.୩ ଡିଗ୍ରୀ, ଭୁବନେଶ୍ୱର ୩୭.୩ ଡିଗ୍ରୀ ରେକର୍ଡ ହୋଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱରର ପୂର୍ବାନୁମାନ ଅନୁସାରେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିଭଳି ରାତି ତାପମାତ୍ରା ମଧ୍ୟ ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ରୁ ୩ ଡିଗ୍ରୀ ବଢ଼ିବ । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.