ପ୍ରମୁଖ ଖବର
  • ଓଡ଼ିଆ ସିନେମା@89: ସାହାଯ୍ୟ ବଦଳରେ ଶୋଷୁଛନ୍ତି ସରକାର, କନ୍ଦାଉଛି ପ୍ରେକ୍ଷାଳୟ, ମୁହଁ ମୋଡ଼ୁଛନ୍ତି ପ୍ରଯୋଜକ
  • ||
  • ସୁପର ସନଡେରେ ଡବଲ ଶୋ,ଟାଇଟନ୍ସ-ରୟାଲ୍‌, ସୁପରକିଙ୍ଗ୍‌ସ-ସନରାଇଜର୍ସ ଲଢ଼େଇ
  • ||
  • ଗଞ୍ଜମ: ତପ୍ତପାଣି ଘାଟି ଓଲଟିଲା ନଳକୂପ ଖନନ ଗାଡ଼ି, ୧୨ ଆହତ
  • ||
  • ରବିବାର ହାଇ-ଭୋଲଟେଜ୍ ପ୍ରଚାର: ସାଲେପୁରରୁ ରାହୁଲ ଗାନ୍ଧି, ବ୍ରହ୍ମପୁରରେ ଜେ.ପି. ନଡ୍ଡା କରିବେ ପ୍ରଚାର
  • ||
  • ଜୀବନ ରହିବ ତ ? ଆହୁରି ୪ ଦିନ ବିପଜ୍ଜନକ ନିଦାଘ, ଆଜି ରାଜଧାନୀ ତାତି ୪୬ଂ ଛୁଇଁବା ଆଶଙ୍କା
  • ||

ଫୁଡ୍‌ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟ: ଭୋକରେ ଶୋଉଛନ୍ତି ବିଶ୍ୱର ୮୦ କୋଟି ଲୋକ, ଦିନକୁ ନଷ୍ଟ ହେଉଛି ୧୦୦ କୋଟି ଟନ୍‌ ଖାଦ୍ୟ

ନୂଆଦିଲ୍ଲୀ,୨୯/୦୩: ବିଶ୍ୱର ପ୍ରାୟ ୮୦ କୋଟି ଲୋକ ଭୋକରେ ଶୋଉଥିବାବେଳେ ବୃହତ୍‌ ଭାଗ ଲୋକ ପ୍ରଚୁର ପରିମାଣରେ ଖାଦ୍ୟ ଫିଙ୍ଗୁଛନ୍ତି । ୨୦୨୨ରେ ଦିନକୁ ୧୦୫ କୋଟି ଟନ୍‌ ଖାଦ୍ୟ ଫୋପାଡ଼ିଛନ୍ତି ବିଶ୍ୱବାସୀ । ଅର୍ଥାତ୍‌ ମୁଣ୍ଡ ପିଛା ୧୩୨ କିଲୋଗ୍ରାମ ଖାଦ୍ୟ ବର୍‌ବାଦ ହୋଇଛି । ୨୦୨୨ କ୍ୟାଲେଣ୍ଡର ବର୍ଷ ପାଇଁ ମିଳିତ ଜାତିସଂଘ ପକ୍ଷରୁ ଜାରି ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।

ଜାତିସଂଘ ପକ୍ଷରୁ ଏହାକୁ ଗ୍ଲୋବାଲ ଟ୍ରାଜେଡି ଭାବେ ସମ୍ବୋଧନ କରାଯାଇଛି । ଫୁଡ୍‌ ୱେଷ୍ଟ ଇଣ୍ଡେକ୍ସ ରିପୋର୍ଟରେ ଜାତିସଂଘ ପ୍ରକାଶ କରିଛି ଯେ, ବିଜ୍‌ନେସ୍‌ ହାଉସ୍‌ ଏବଂ ଘରଗୁଡ଼ିକୁ ମିଶାଇ ଦିଆଗଲେ ବର୍ଷ ୨୦୨୨ରେ ପ୍ରାୟ ୧ ଟ୍ରିଲିୟନ ଡଲାର ମୂଲ୍ୟର ଖାଦ୍ୟ ଦିନକୁ ନଷ୍ଟ ହୋଇଛି । ସମଗ୍ର ବିଶ୍ୱରେ ପ୍ରାୟ ୮୦ କୋଟି ଲୋକ ଭୋକରେ ଶୋଉଥିବାବେଳେ ଏତେ ମାତ୍ରାରେ ଖାଦ୍ୟନଷ୍ଟ ଚିନ୍ତାଜନକ । 

ରିପୋର୍ଟ ଅନୁସାରେ, ସବୁଠାରୁ ଅଧିକ ଖାଦ୍ୟ ଘରଗୁଡ଼ିକରେ ନଷ୍ଟ ହୋଇଥାଏ । ଏତେ ମାତ୍ରାରେ ଖାଦ୍ୟ ନଷ୍ଟ ପରିବେଶ ପାଇଁ ବି ଠିକ୍‌ ନୁହେଁ ବୋଲି ରିପୋର୍ଟରେ କୁହାଯାଇଛି । ଜାତିସଂଘର ପରିବେଶ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବୀହୀ ନିର୍ଦ୍ଦେଶକଙ୍କ କହିବାନୁସାରେ, ଏତେ ମାତ୍ରାରେ ଖାଦ୍ୟ ନଷ୍ଟ ଏକ ଗ୍ଲୋବାଲ ଟ୍ରାଜେଡି । ଦିନକରେ ଏତେ ଖାଦ୍ୟ ବର୍‌ବାଦ କରାଯିବା ଅର୍ଥ ବିଶ୍ୱର କୋଟି କୋଟି ଲୋକଙ୍କୁ ଭୋକରେ ଶୁଆଇବା ସହ ସମାନ ।

ରିପୋର୍ଟ ଅନୁସାରେ, ୧୦୦ କୋଟି ମିଲ୍‌ ନଷ୍ଟ ହେଉଛି ବୋଲି ଯେଉଁ ଆକଳନ କରାଯାଇଛି ବାସ୍ତବ ଅଙ୍କ ତାହାଠାରୁ ଅଧିକ ହୋଇପାରେ। ବର୍ଷକରେ ନଷ୍ଟ ହେଉଥିବା ମିଲ୍‌ ଦ୍ୱାରା କୋଟି କୋଟି ଲୋକଙ୍କୁ ପେଟ ପୁରା ଖାଦ୍ୟ ଦିଆଯାଇପାରିବ । ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୨ରେ ବିଶ୍ୱରେ ନଷ୍ଟ ହୋଇଥିବା ମୋଟ ଖାଦ୍ୟ ମଧ୍ୟରେ ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ, ହୋଟେଲ ଏବଂ ଅନ୍ୟ ଫୁଡ୍‌ ଚେନ୍‌ଗୁଡ଼ିକର ଭାଗ ୨୮% ରହିଛି । ଅର୍ଥାତ୍‌ ଏମାନେ ୨୮% ଖାଦ୍ୟ ବର୍‌ବାଦ କରିଛନ୍ତି । ରିଟେଲ କ୍ଷେତ୍ରରେ ଏହା ୧୨% ରହିଛି । 

ତେବେ ଘରଗୁଡ଼ିକରେ ସର୍ବାଧିକ ୬୦% ଖାଦ୍ୟ ନଷ୍ଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଏମାନେ ପ୍ରାୟ ୬୩.୧ କୋଟି ଟନ୍‌ ଖାଦ୍ୟ ଫୋପାଡ଼ିଛନ୍ତି । ଏହା ପଛରେ ବଡ଼ କାରଣ ହେଉଛି ଲୋକେ ସେମାନଙ୍କ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ କିଣୁଛନ୍ତି । ଖାଦ୍ୟ ନଷ୍ଟ ହେବାର ଅନ୍ୟ ଏକ କାରଣ ହେଉଛି ଏକ୍ସପାଏରି ଡେଟ୍‌ । ରିପୋର୍ଟରେ କୁହାଯାଇଛି ଯେ, ବିକାଶଶୀଳ ଦେଶରେ ବହୁ ମାତ୍ରାରେ ଖାଦ୍ୟ ବେକାର ଖର୍ଚ୍ଚ ନୁହେଁ ବରଂ ପରିବହନ ଅସୁବିଧା ଏବଂ ଶୀତଳ ଭଣ୍ଡାର ଅଭାବ ଯୋଗୁ ନଷ୍ଟ ହେଉଛି। 

ରିପୋର୍ଟ ଅନୁସାରେ, ଖାଦ୍ୟ ନଷ୍ଟ ଯୋଗୁ ବାର୍ଷିକ ୮ରୁ୧୦% ଗ୍ଲୋବାଲ ଗ୍ରୀନ୍‌ହାଉସ୍‌ ଗ୍ୟାସ ନିର୍ଗତ ହୋଇଛି । ଏହା ବିମାନ ଶିଳ୍ପ ଦ୍ୱାରା ସୃଷ୍ଟି ହେଉଥିବା ପ୍ରଦୁଷଣର ପ୍ରାୟ ୫ ଗୁଣା । ଖାଦ୍ୟ ନଷ୍ଟ ଏବଂ ବର୍‌ବାଦ କରାଯିବା କାରଣରୁ ବିଶ୍ୱ ଅର୍ଥନୀତିକୁ ୧ ଟ୍ରିଲିୟନ ଡଲାରର କ୍ଷତି ସହିବାକୁ ପଡିଥିବା ଜଣାପଡ଼ିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.