ମୁମ୍ୱାଇ : ମୁମ୍ୱାଇରେ ଆୟୋଜିତ ୧୯ତମ ନାନି ଏ.ପି .ପାଲଖିୱାଲା ସ୍ମୃତି ବ୍ୟାଖ୍ୟାନ ବେଳେ ବିଦେଶୀ ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନକୁ କଡ଼ା ଶବ୍ଦରେ ଶୁଣାଇଛନ୍ତି। ଜୟଶଙ୍କର କହିଛନ୍ତି କି ,ପାକିସ୍ତାନ ଏକ ଏମିତି କ୍ୟାନସର , ଯାହା ନିଜେ ନିଜର ସମାଜକୁ କ୍ଷତି ପହଞ୍ଚାଉଛି। ତାକୁ ସ୍ପଷ୍ଟ ଭାବେ କହିଛନ୍ତି, ପାକିସ୍ତାନର ସୀମା-ପାର ଆତଙ୍କବାଦକୁ ବୃଦ୍ଧି କରୁଥିବା ନୀତିଗୁଡ଼ିକ ଏବେ ଏହାର ନିଜର ରାଜନୀତିକ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରୁଛି।
ଏନଡିଟିଭିର ରିପୋର୍ଟ ମୁତାବିକ, ଜୟଶଙ୍କର କହିଛନ୍ତି, ପାକିସ୍ତାନ ଆମର ପଡୋଶୀରେ ଏକ ବ୍ୟତିକ୍ରମ। ଆତଙ୍କବାଦକୁ ସମର୍ଥନ ଦେଉଥିବା ଏହାର ନୀତି ଗୁଡ଼ିକ ଏବେ ଏହାର ନିଜ ପାଇଁ ଘାତକ ସାଜିଛି।
ବିଦେଶୀ ମନ୍ତ୍ରୀ ଭାରତର କୂଟନୀତି ଓ ବୈଷୟିକ ପ୍ରଗତି ଉପରେ ଗୁରୁତ୍ତ୍ୱାରୋପ କରିଛନ୍ତି। ସେ କହିଛନ୍ତି , ଭାରତ ଯଦିଓ ପାଶ୍ଚାତ୍ୟର ଅଂଶ ବିଶେଷ ହୋଇ ନପାରେ, କିନ୍ତୁ ଏହାର ରଣନୀତିକ ସ୍ୱାର୍ଥ, ଏହା ସୁନିଶ୍ଚିତ କରେ କି ,ଏହା ପାଶ୍ଚାତ ଦେଶ ବିରୁଦ୍ଧରେ ମଧ୍ୟ ନାହିଁ। ଜୟଶଙ୍କର ଏମର୍ଜିଂ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ଭାରତ ପଛରେ ନରହିବାର ଆବଶ୍ୟକତା ବୋଲି କହିଛନ୍ତି।
ସେ ଭାରତକୁ ‘ବିଶ୍ୱବନ୍ଧୁ’ ଅର୍ଥାତ୍ ସମସ୍ତଙ୍କର ବନ୍ଧୁ ଓ ବୈଶ୍ୱିକ ସ୍ତରରେ ଏକ ଭରସାପୂର୍ଣ୍ଣ ପାର୍ଟନର ଭାବେ କହିଛନ୍ତି। ଜୟଶଙ୍କର କହିଛନ୍ତି , ଭାରତର କୂଟନୀତିର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ବନ୍ଧୁତା କରିବା ଓ ସମସ୍ୟା ଗୁଡ଼ିକୁ କମ୍ କରିବା। ହେଲେ ଏସବୁ ଭାରତର ରାଷ୍ଟ୍ରୀୟ ସ୍ୱାର୍ଥକୁ ଧ୍ୟାନରେ ରଖି କରାଯାଏ। ଜୟଶଙ୍କର ଆଞ୍ଚଳିକ ଓ ମଧ୍ୟମ ଶକ୍ତି ଦେଶ ସହ ସମ୍ୱନ୍ଧକୁ ଦୃଢ କରିବାକୁ ଉପରେ ଜୋର ଦେଇଛନ୍ତି, ସେ କହିଛନ୍ତି କି, ଏହା ଭାରତର ପଲିଟିକାଲ ପ୍ରୋଫାଇଲରୁ ବିସ୍ତାରିତ କରିବାରେ ସାହାଯ୍ୟକାରୀ ସାବ୍ୟସ୍ତ ହୋଇଛି।
ଜୟଶଙ୍କର ଭାରତର କୂଟନୀତିକୁ ୩ଟି ଶବ୍ଦରେ ଦର୍ଶାଇଛନ୍ତି- ପାରସ୍ପରିକ ସମ୍ମାନ, ପାରସ୍ପରିକ ସମ୍ୱେଦନଶୀଳତା ଓ ପାରସ୍ପରିକ ସ୍ୱାର୍ଥ ।