ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ

Published By : Harapriya Sethi | August 14, 2025 2:49 PM

ଭୁବନେଶ୍ୱର, ୧୪/୦୮: ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବନ୍ଧାହେଲେ ୪ ସରକାରୀ ବାବୁ ।  ଲାଞ୍ଚ ନେବା ମାମଲାରେ ୪ଜଣ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ସମସ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । 

ସୂଚନାନୁଯାୟୀ, ବୁଧବାର ଭିଜିଲାନ୍ସ ଟିମ୍ ୩ଟି ରେଡ୍ ମାରିଥିଲା । ଚଢାଉ ବେଳେ ପାରଳାଖେମୁଣ୍ଡିର ସିଡିଏମ୍ଓ କାର୍ଯ୍ୟାଳୟର ୨ଜଣ ସ୍ୱାସ୍ଥ୍ୟ କର୍ମଚାରୀ, ରାୟଗଡ଼ା ମୁନିଗୁଡ଼ା ସିଏଚସିର ଜଣେ ସ୍ୱାସ୍ଥ୍ୟ କର୍ମୀ ଏବଂ କେନ୍ଦ୍ରାପଡ଼ାର ମହାକାଳପଡ଼ାର ବିଇଓ କାର୍ଯ୍ୟାଳୟର ଜଣେ ଜୁନିଅର କିରାଣୀ ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ । ଗୁରୁବାର ଭିଜିଲାନ୍ସ ଟିମ୍ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ପାରଳାଖେମୁଣ୍ଡିର ସିଡିଏମଓ ଅଫିସର ପିଅନ ନିରଞ୍ଜନ ନାୟକଙ୍କ ସହ କିରାଣୀ ଜଗଦୀଶ ପଟ୍ଟନାୟକ ମଧ୍ୟ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମ୍‌ର ଖୋଳତାଡ଼ ବେଳେ ଜଗଦୀଶଙ୍କ ଟେବୁଲ ଡ୍ରୟରରୁ ୫,୧୯,୭୦୦ ଟଙ୍କା ଏବଂ ପାରଳାଖେମୁଣ୍ଡିରେ ଥିବା ତାଙ୍କ ସରକାରୀ କ୍ୱାର୍ଟରରୁ ୧.୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ମୋଟ୍ ୬,୬୯,୭୦୦ଟଙ୍କା ଜବତ ହୋଇଥିଲା । ଏହି ନଗଦ ଟଙ୍କା ବେଆଇନ ଲାଞ୍ଚ ଟଙ୍କା ହୋଇଥିବା ଭିଜିଲାନ୍ସ ଟିମ୍ ଅନୁମାନ କରୁଛି । ଜବତ ହୋଇଥିବା ଟଙ୍କା କେଉଁଠୁ ଆସିଲା ତାହା ଜାଣିବା ପାଇଁ କିରାଣୀଙ୍କୁ ପଚରାଉଚରା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.