ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ

Published By : Harapriya Sethi | May 5, 2025 11:25 AM

ଭୁବନେଶ୍ୱର,୦୫/୦୫: ଟ୍ରେଡିଂରେ ଟଙ୍କା ବାନ୍ଧିରେ ୩ ମାସରେ ମିଳିବ ୨୦ ପ୍ରତିଶତ ଅଧିକ, ଏମିତି ଲୋଭ ଦେଖାଇ ଠକ ଲୁଟିଥିଲା ୮୦ ଲକ୍ଷ । ଶେଷରେ ବରଗଡ ଭିଏସ୍‌ଏସ୍‌ ନଗରର ଦେବଜିତ ତ୍ରିପାଠୀଙ୍କୁ ଆସାମରୁ ବାନ୍ଧିଲା ମାଲକାନଗିରି ପୋଲିସ । ମାଲକାନଗିରି ତଳସାହି ଜିତେନ୍ଦ୍ର ପାତ୍ରଙ୍କ ଠାରୁ ଏହି ଲୁଟ୍‌ ହୋଇଛି । 

ସୂଚନା ମୁତାବକ, ଗତ ସେପ୍ଟେମ୍ବର ୪ ତାରିଖରେ ମାଲକାନଗିରି ତଳସାହି ବାସିନ୍ଦା ଜିତେନ୍ଦ୍ର ପାତ୍ର ଥାନାର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ଅଭିଯୋଗ ଥିଲା ୨୦୧୭ରେ ବରଗଡ ଜିଲ୍ଲା ଭିଏସ୍‌ଏସ୍‌ ନଗର ଗାଁର ଦେବଜିତ ତ୍ରିପାଠୀ ନାମକ ତାଙ୍କ ଦୋକାନକୁ ଆସିଥିଲେ । କଥାବାର୍ତ୍ତା ଆଳରେ ନିଜକୁ କଟକର ଦେବଜିତ ତ୍ରିପାଠୀର ପରିଚୟ ଦେଇ ସଂପର୍କ ବଢାଇଥିଲେ । କିଛି ଦିନ ଏମିତି କଥା ହେବା ପରେ ମାଲକାନଗିରିରେ କମଡିଟି ଟ୍ରେଡିଂ ନାମକ ସଂସ୍ଥା ଖୋଲିଥିବା କହିଥିଲେ । ଟ୍ରେଡିଂରେ ଟଙ୍କା ବାନ୍ଧିଲେ ୩ମାସରେ ୨୦ ପ୍ରତିଶତ ଟଙ୍କା ଅଧିକ ମିଳିବ ବୋଲି ମଧ୍ୟ କହିଥିଲେ । ଦେବଜିତଙ୍କ ବିଶ୍ବାସ କରି କିଛି ଟଙ୍କା ବାନ୍ଧିବା ପରେ ୩ ମାସ ପରେ ୨୦ ପ୍ରତିଶତ ଅଧିକ ଟଙ୍କା ଫେରସ୍ତ ପାଇଥିଲେ। ପରେ ତାଙ୍କ ଉପରେ ବିଶ୍ବାସ କରି ବିଭିନ୍ନ ସମୟରେ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୮୦ ଲକ୍ଷ ଟଙ୍କା ବାନ୍ଧିଥିଲେ । ତେବେ ୩  ମାସ ପରେ ଟଙ୍କା ଆଉ ଫେରସ୍ତ ପାଇନଥିଲେ । ପରେ ଏକଥା ପଚାରିବା ପାଇଁ ଖୋଜିଲା ବେଳକୁ ଦେବଜୀତ ମାଲକାନଗିରିରୁ ଫେରାର ହୋଇ ଯାଇଥିଲେ । ଏ ନେଇ ମାଲକାନଗିରି ଥାନାରେ ଏତଲା ଦେଇଥିଲେ ଜିତେନ୍ଦ୍ର । ଅଭିଯୋଗ ଆଧାରରେ ଠକ ଦେବଜୀତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଥିଲା ମାଲକାନଗିରି ସଦର ପୋଲିସ  ପୋଲିସ ।ଶେଷରେ  ଆସାମର ସୋନିତପୁର ଜିଲ୍ଲା ଅନ୍ତର୍ଗତ ତେଜପୁର ଗାଁରୁ ଠକ ଦେବଜିତକୁ ଗିରଫ କରିବାରେ ସଫଳ ହୋଇଛି  । ଦେବଜିତଙ୍କ ନାଁରେ ମାଲକାନଗିରି ଥାନାରେ ମୋଟ ୫ଟି ମାମଲା ହୋଇଥିବା ବେଳେ ଘଟଣାର ଅଧିକା ତଦନ୍ତ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ମାଲକାନଗିରି ଥାନା ଅଧିକାରୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.