ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୮୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

Published By : Harapriya Sethi | October 7, 2024 7:17 AM

ଲମତାପୁଟ,୦୭/୧୦: ପାଡୁଆ ପୋଲିସର ବଡ଼ ସଫଳତା ।ଏକ ପିକପ୍ ଭ୍ୟାନ୍ରୁ ୮ କୁଇନ୍ଟାଲ୍ ୨୬ କେଜି ୮୦୦ ବ୍ରାମ ଗଞ୍ଜେଇ ଜବତ କରାଯାଇଥିବାବେଳେ ଏହାର ମୂଲ୍ୟ ୮୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ଏହି ଘଟଣରେ ସମ୍ପୃକ୍ତ ଥିବା ଦୁଇ ଜଣ ଗିରଫ ହୋଇଛନ୍ତି । ଏହି ଗଞ୍ଜେଇ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବେବେଳେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ କମରା ଛକ ନିକଟରେ ଏହି ଘଟଣା ଘଟିଛି । 

ସୂଚନା ମୁତାବକ, ପାଡୁଆ ପୋଲିସ ପାଡୁଆ ନିକଟ ହାଣ୍ଡିପୁଟ ଛକରେ ପେଟ୍ରୋଲିଂ କରୁଥିବା ସମୟରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ କୋରାପୁଟ ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ନେତୃତ୍ୱରେ କମରା ଛକ ନିକଟରେ ବ୍ୟାରିକେଟ କରି ଜଗି ରହିଥିଲା ପୋଲିସ । ଏହି ସମୟରେ ଜଲାପୁଟ ଆଡୁ ଆସୁଥିବା ଏକ ପିକପ୍ ଭ୍ୟାନ ଦୃତ ଗତିରେ ଆସୁଥିଲା । କିନ୍ତୁ ପୋଲିସକୁ ଦେଖି ଅଳ୍ପ ଦୂରରେ ଗାଡ଼ିକୁ ରଖି ଗାଡ଼ିରେ ଥିବା ତିନି ଜଣ ବ୍ୟକ୍ତି ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ। ପୋଲିସ ସେମାନଙ୍କୁ ଗୋଡେଇ ଗୋଡେଇ ଦୁଇ ଜଣକୁ ଧରିବାକୁ ସକ୍ଷମ ହୋଇଥିବାବେଳେ ଜଣେ ଫେରାର ହୋଇଥିବା ଜଣାପଡ଼ିଛି । ପରେ ଗାଡ଼ିକୁ ଯାଞ୍ଚ କରିବାରୁ ଜରି ବସ୍ତାରେ ଗାଡ଼ିରେ ଗଞ୍ଜେଇ ଥିବାର ଜଣାପଡିଥିଲା । ଜବତ ଗଞ୍ଜେଇକୁ ମାଜିଷ୍ଟେଟ୍‌ଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ୮୨୬ କେଜି ୮୦୦ ଗ୍ରାମ ଥିବାର ଜଣାପଡ଼ିଛି । ଯାହାର ମୂଲ୍ୟ ୮୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ଏହି ଗଞ୍ଜେଇ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିବାରୁ ଏହି ମାମଲାରେ ଏକ ଏନଡିପିଏସ ମାମଲା ରୁଜୁ କରିଛି ପୋଲିସ । ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ଏ ନେଇ ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ସୂଚନା ଦେଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.