ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଭାରତକୁ ପ୍ରଥମ ଥର ‘ଶତ୍ରୁ ରାଷ୍ଟ୍ର’ କହିଲା କାନାଡା, ଏହି ସବୁ ଦେଶ ତାଲିକାରେ କଲା ସାମିଲ

Published By : Tapas Panda | November 1, 2024 9:43 PM

ନୂଆଦିଲ୍ଲୀ: କାନାଡାରେ ଜଷ୍ଟିନ ଟ୍ରୁଡୋଙ୍କ ସରକାର ପ୍ରଥମ ଥର ପାଇଁ ସରକାରୀ କାଗଜପତ୍ରରେ ଭାରତକୁ ‘ଶତ୍ରୁ ରାଷ୍ଟ୍ର’ ବୋଲି କହିଛନ୍ତି । ଶତ୍ରୁ ଦେଶ ତାଲିକାରେ ଭାରତକୁ ରଖିଛି କାନାଡା । କାନାଡାର ରାଷ୍ଟ୍ରୀୟ ସାଇବର ବିପଦ ଆକଳନ ୨୦୨୫-୨୬ ରିପୋର୍ଟରେ ଭାରତକୁ ବିପଦ ଥିବା ଦେଶଗୁଡ଼ିକ ତାଲିକାରେ ସାମିଲ କରାଯାଇଛି । ଏହି ରିପୋର୍ଟକୁ କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ବାରା ଜାରି କରାଯାଇଛି । 

ଭାରତକୁ ଚୀନ୍‌, ଋଷ, ଇରାନ୍‌ ଏବଂ ଉତ୍ତର କୋରିଆ ସହ ‘ଦେଶର ବିରୋଧୀ’ ଭାବରେ ସୂଚୀବଦ୍ଧ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ‘ଆମର ଆକଳନ କହୁଛି ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ସାଇବର ବିପଦ ସୃଷ୍ଟି କରୁଥିବା ଲୋକେ ଗୁଇନ୍ଦାଗିରି ଲାଗି କାନାଡା ସରକାରଙ୍କ ନେଟଓ୍ବାର୍କ ଭିତରେ ପଶି ସାଇବର ଆକ୍ରମଣ କରିପାରନ୍ତି । ଭାରତ ଏବଂ କାନାଡା ବିବାଦ ଯୋଗୁଁ ଭାରତୀୟ ଗୁପ୍ତଚର ସାଇବର ବିପଦ ସଂପର୍କିତ ଗତିବିଧିକୁ ବଢ଼ାଇପାରନ୍ତି ।’  ରିପୋର୍ଟରେ ଆହୁରି ଉଲ୍ଲେଖ ରହିଛି ଯେ, ‘ଭାରତ ଘରୋଇ ସାଇବର କ୍ଷମତା ସହିତ ଏକ ଆଧୁନିକ ସାଇବର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଚାହୁଁଛନ୍ତି ।’ 

ଏହା ଭାରତ ଉପରେ ଟ୍ରଡୋ ସରକାରଙ୍କ ଆଉ ଏକ ଆକ୍ରମଣ । ଏହା ପୂର୍ବରୁ ଅକ୍ଟୋବରରେ କାନାଡାର ଭାରତର ରାଷ୍ଟ୍ରଦୂତ ସଂଜୟ କୁମାର ବର୍ମାଙ୍କୁ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡ ମାମଲାରେ ‘ପର୍ସନ ଅଫ ଇଣ୍ଟରେଷ୍ଟ’ ଘୋଷଣା କରିଥିଲା । ଏହା ପରେ ଭାରତ ସରକାର ସଂଜୟ ବର୍ମାଙ୍କୁ ସ୍ବଦେଶ ଫେରାଇ ଆଣିଥିଲେ । ଏହା ସହ ନୂଆ ଦିଲ୍ଲୀ ୬ ଜଣ କାନାଡାର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲା । କାନାଡାର ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଜଷ୍ଟିନ ଟ୍ରୁଡୋ କେବଳ ଭୋଟ ରାଜନୀତି କରୁଛନ୍ତି ବୋଲି କହିଥିଲା ଭାରତ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.