ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାସ୍ତା ପାର ହେଉଥିବା ବେଳେ ବାରହାକୁ ଧକ୍କା ଦେଲା ସ୍କୁଟି, ରାସ୍ତାରେ ପଡ଼ି ଚାଳକଙ୍କ ମୃତ

Published By : Prameya | January 31, 2025 10:26 PM

ଖଲ୍ଲିକୋଟ - ଖଲ୍ଲିକୋଟ ସହରରେ ବାରହା ଆତଙ୍କ। ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ଘର ସାମ୍ନାରେ ଘଟିଛି ଦୁର୍ଘଟଣା। ରାସ୍ତା ପାର ହେଉଥିବା ଏକ ବାରହାକୁ ଧକ୍କା ଦେଇ ତଳେ ପଡିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ବାସଭବନ ସମ୍ମୁଖରେ ଆଜି ରାତି ପ୍ରାୟ ୯ଟା ସମୟରେ ଏକ ବାରହା ଆସିକା - ଭୁବନେଶ୍ୱର ମୁଖ୍ୟ ରାସ୍ତା ପାର ହେଉଥିଲା। 

ଏହି ସମୟରେ କୋଦଳାର ସୁନୀଲ ମଲ୍ଲିକ (୩୮) ଏକ ସ୍କୁଟି ଯୋଗେ କୋଦଳାରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ବେଳେ , ରାସ୍ତା ପାର ହେଉଥିବା ବାରହା ସହ ଧକ୍କା ହୋଇଥିଲା। ଧକ୍କା ପରେ ବାରହାଟି ସେଠାରୁ ଚାଲି ଯାଇଥିବା ବେଳେ ସ୍କୁଟି ଚାଳକ ସୁନୀଲ ମଲ୍ଲିକ ଗୁରୁତର ଆହତ ହୋଇ ରାସ୍ତା ଉପରେ ମୁର୍ମୁଷୁ ଅବସ୍ଥାରେ ପଡି ରହିଥିଲେ। 

ସେହି ରାସ୍ତାରେ ଆସୁଥିବା କିଛି ବାଇକ ଆରୋହୀ ତାଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ଏଠାରେ ସୁନୀଲଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁନୀଲ କୋଦଳାରୁ ସ୍କୁଟି ଯୋଗେ ଖଲ୍ଲିକୋଟ ରେଳ ଷ୍ଟେସନ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.