ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ୟୁପିର ଏହି ଯୁବତୀଙ୍କ କମାଲ , ୧କୋଟି ଟଙ୍କାର ଚାକିରିକୁ ପଛ କରି ତିଆରି କଲେ ନିଜର ଏକ କମ୍ପାନୀ ...

Published By : Prameya | November 2, 2024 5:08 PM

ନୂଆଦିଲ୍ଲୀ – ଏକ ବିଜନେସ ଆରମ୍ଭ କରିବା ସହଜ କଥା ନୁହେଁ , କିନ୍ତୁ ଯଦି ସାହସ ଓ ଦୃଢ ଇଚ୍ଛା ଶକ୍ତି ଥାଏ , ତ କୌଣସି ବି କାମ ସହଜ ହୋଇ ଯାଏ। ଏମିତି ହିଁ କିଛି କରି ଦେଖାଇଛନ୍ତି ଉତ୍ତର ପ୍ରଦେଶର ଜଣେ ଯୁବତୀ , ଯିଏକି ୧ କୋଟି ଟଙ୍କାର ଚାକିରି ଛାଡ଼ି ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି। ଆଜି ତାଙ୍କର କମ୍ପାନୀର ରେଭେନ୍ୟୁ ୪୦ କୋଟି ଟଙ୍କାରୁ ଅଧିକ ରହିଛି। ସେ ଜଣେ ସଫଳ ଉଦ୍ୟୋଗୀ ମହିଳା (ବିଜନେସ ୱିମେନ୍‌) ହୋଇ ପାରିଛନ୍ତି। 

ଉତ୍ତର ପ୍ରଦେଶର ମୁରାଦାବାଦରେ ରହୁଥିବା ଆରୁଷି ଅଗ୍ରୱାଲଙ୍କ ପାଇଁ ଷ୍ଟାର୍ଟଅପ୍‌ର ଯାତ୍ରା ସେତେ ସହଜ ନଥିଲା। ତାଙ୍କୁ ୧ କୋଟି ଟଙ୍କାର ଚାକିରିକୁ ଛାଡିବା ପରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା। ପରିବାର ଓ ଚିହ୍ନା ପରିଚିତ ଲୋକେ ତାଙ୍କୁ ପ୍ରଥମେ ନିଜର ଲାଇଫ୍‌କୁ ସୁରକ୍ଷା ଦେବା କଥା କହି ଥିଲେ। କିନ୍ତୁ ସେ ନିଜର ସ୍ୱପ୍ନ ପୂରା କରିବା ପାଇଁ ଚାକିରି ଛାଡ଼ି ଷ୍ଟାର୍ଟଅପ୍‌ର ଦୁନିଆରେ ପାଦ ରଖି ଥିଲେ।

ଆରୁଷିଙ୍କ ମୁତାବିକ , କମ୍ପ୍ୟୁଟର ସାଇନ୍ସରେ ଇଂଜିନିୟରିଂ ପାଠପଢା ଶେଷ କରିବା ପରେ ସେ ଓ ତାଙ୍କ କଲେଜର ବହୁତ ପିଲା ଜବ୍‌ ପାଇଁ ଇଣ୍ଟରଭ୍ୟୁ ଦେଉ ଥିଲେ। ଆରୁଷିଙ୍କୁ ଅନେକ କମ୍ପାନୀରୁ ଜବ୍‌ ଅଫର ଆସି ଥିଲା। ସବୁଠୁ ଅଧିକ ପ୍ୟାକେଜ ଥିବା ଜବ୍‌ ଅଫର ଦେଶର ଏକ ବଡ଼ କମ୍ପାନୀରୁ ୧ କୋଟି ଟଙ୍କାର ଆସିଥିଲା, କିନ୍ତୁ ସେ ଏଥିପାଇଁ ମନା କରି ଦେଲେ। କାରଣ ସେ ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରି ବାକୁ ଚାହୁଁ ଥିଲେ। ସେ ଦେଖିଲେ କି, ଏମିତି ମଧ୍ୟ ଯୁବବର୍ଗ ଥିଲେ , ଯାହାଙ୍କୁ କୌଣସି ଜବ୍‌ ମିଳି ନଥିଲା ବା ଇଣ୍ଟରଭ୍ୟୁ ହୋଇ ପାରୁ ନଥିଲା। ବାସ୍ ଏଥିରୁ ତାଙ୍କ ମନରେ ଏକ ଉପାୟ ଆସିଲା ଏବଂ ଏକ ପ୍ଲାଟଫର୍ମ ଟାଲେଣ୍ଟ ଡିକ୍ରିପ୍ଟର ଆରମ୍ଭ ହେଲା। 

କମ୍ପାନୀର ଆରମ୍ଭ ହୋଇ ସାରି ଥିଲା,କିନ୍ତୁ ଏବେ ବି ବହୁତ କାମ ବାକି ଥିଲା। ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା ଏହି ପ୍ଲାଟଫର୍ମରେ ଆଇଟି କମ୍ପାନୀ ଗୁଡ଼ିକୁ ଯୋଡ଼ିବା। ଆରୁଷି ଓ ତାଙ୍କର କୋ-ଫାଉଣ୍ଡରଙ୍କର କୌଣସି ବି କମ୍ପାନୀ ସହ ଚିହ୍ନା ପରିଚୟ ନଥିଲା। ତଥାପି ସେ ଭାବିଲେ କି ସେ ନିଜେ ବି କମ୍ପାନୀଗୁଡ଼ିକୁ ଯାଇ ନିଜ ପ୍ଲାଟଫର୍ମ ବିଷୟରେ କହିବେ। ପ୍ରଥମ ଦିନ ସେ ୩୦ଟି କମ୍ପାନୀରେ ଚକ୍କର କାଟିଲେ, କିନ୍ତୁ କେହି ବି ତାଙ୍କୁ ଭିତରକୁ ଯିବାକୁ ଦେଲେ ନାହିଁ। ଏମିତି କାମ ସପ୍ତାହେ ଧରି ଚାଲିଲା। ତଥାପି ସେ ନିଜ ପିତାଙ୍କ ସହ ଯାଇ ଏକ ଆଇଟି କମ୍ପାନୀକୁ ନିଜର ସଫ୍ଟୱେୟର ଦେଖାଇଲେ। ଏହାପରେ ଗୋଟିଏ ପରେ ଗୋଟିଏ କମ୍ପାନୀ ତାଙ୍କ ସହ ଯୋଡ଼ି ହେଲେ ଏବଂ ଆଜି ଏହି ଷ୍ଟାର୍ଟଅପ୍‌ ୪୦ କୋଟି ଟଙ୍କାର ବାର୍ଷିକ ରେଭେନ୍ୟୁ ଜେନେରେଟ୍‌ କରିଥାଏ। 

ଆରୁଷି କୁହନ୍ତି , ଟାଲେଣ୍ଟ ଡିକ୍ରିପ୍ଟ ଏକ ଏମିତି ପ୍ଲାଟଫର୍ମ , ଯାହା କୌଣସି ବି କମ୍ପାନୀକୁ ଏହି ଆକ୍ସେସ ଦେଇଥାଏ କି ସେ ଦୁନିଆର କୌଣସି ବି କୋଣରେ ବସି ନିଜର କ୍ୟାଣ୍ଡିଡେଟ୍‌କୁ ସିଲେକ୍ଟ କରି ପାରିବ। ଏହାସହ ତାଙ୍କର ଅଭିଜ୍ଞତା ଓ ଅନ୍ୟ ଦକ୍ଷତାକୁ ଦେଖି ଚୟନ କରି ପାରିବ। ଏହାସହ ଯୁବବର୍ଗଙ୍କୁ ମଧ୍ୟ ଚାକିରି ଦେବାରେ ଏହି ପ୍ଲାଟଫର୍ମ ସାହାଯ୍ୟକାରୀ ସାବ୍ୟସ୍ତ ହୋଇଛି। ଆରୁଷି ଏହି କମ୍ପାନୀର ଫାଉଣ୍ଡର ଓ ସିଇଓ ମଧ୍ୟ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.