ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଅସ୍ତ୍ରୋପଚାର ପରେ ଆଇସିୟୁରେ ଭର୍ତ୍ତି ହେଲେ ସୈଫ୍, ଅଭିଯୁକ୍ତକୁ ଚିହ୍ନଟ କଲା ବାନ୍ଦ୍ରା ପୋଲିସ

Published By : Anindita Ratha | January 16, 2025 2:19 PM

ମୁମ୍ବାଇ,୧୬/୦୧: ବଲିଉଡ଼ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା ।ଗୁରୁବାର ବିଳମ୍ଵିତ ରାତି ପ୍ରାୟ ସାଢେ  ୨ଟାରେ ତାଙ୍କ ଉପରେ ଆକ୍ରମଣ ଘଟଣା ବର୍ତ୍ତମାନ ବିଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆକ୍ରମଣ ପରେ ସୈଫଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୈଫଙ୍କ ଅସ୍ତ୍ରୋପଚାର ସରିଥିବା ବେଳେ  ସେ ବିପଦମୁକ୍ତ ଥିବା ଜଣାପଡ଼ିଛି। 

ଅନ୍ୟପଟେ ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିଛି ପୋଲିସ  । ଚୋରି କରିବାକୁ ଆସି ଛୁରାମାଡ଼ କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।  ତେବେ ଆପାର୍ଟମେଣ୍ଟରେ ସିଢ଼ି ଦେଇ ସୈଫ୍‌ଙ୍କ ଘରେ ଜଣେ ଅଭିଯୁକ୍ତ ପଶିଥିବା ନେଇ ସିସିଟିଭିରୁ ଜଣାପଡିଥିବା କହିଛି ପୋଲିସ ।  ଏଥିସହ ପୋଲିସ ଆହୁରି ମଧ୍ୟ କହିଛି ଯେ, ସୈଫଙ୍କ ଘରୋଇ କର୍ମଚାରୀଙ୍କ ହାତରେ ମଧ୍ୟ ଆଘାତ ଲାଗିଛି । ବର୍ତ୍ତମାନ ତଦନ୍ତ ଚାଲିଛି । ଅଭିଯୁକ୍ତମାନେ କିପରି ଘରେ ପ୍ରବେଶ କରିଥିଲେ ଜାଣିବା ପାଇଁ ସୈଫଙ୍କ ଘରେ ପୋଲିସ ଯାଞ୍ଚ କରୁଛି ।   ସିସିଟିଭି ଫୁଟେଜ ଆଧାରରେ ଜଣେ ଅଭିଯୁକ୍ତ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣଙ୍କ ମୁଖ୍ୟ ଫାଟକ ଦେଇ କେହି ଭିତରକୁ ପ୍ରବେଶ କରିଥିଲା । ଘଟଣା ଘଟିବା ସମୟରେ ସୈଫ୍, କରୀନା ଏବଂ ସେମାନଙ୍କର ଦୁଇ ପିଲା ଘରେ ଥିଲେ । ଆକ୍ରମଣ ପରେ, ସୈଫ୍ ଅଲ୍ଲୀ ଖାନଙ୍କ ଘରୁ ପୋଲିସକୁ କଲ୍ ଯାଇଥିଲା । ସୈଫ ଏବଂ କରୀନାଙ୍କ ଟିମ ଘଟଣା ନେଇ ବିବୃତ୍ତି ଜାରି କରି କହିଛନ୍ତି ''ଚୋରି ଉଦ୍ୟମରେ ସୈଫଙ୍କ ଘରେ ପଶିଥିଲା ଦୁବୃର୍ତ୍ତ ।  ଆମେ ଗଣମାଧ୍ୟମ ଏବଂ ପ୍ରଶଂସକମାନଙ୍କୁ ଧୈର୍ଯ୍ୟ ରଖିବାକୁ ଅନୁରୋଧ କରୁଛୁ । ଏହା ପୋଲିସ ମାମଲା । ପୋଲିସ ପୂର୍ବରୁ ସେମାନଙ୍କର ତଦନ୍ତ ଜାରି ରଖିଥିବାରୁ ଆଉ କୌଣସି ଅନୁମାନ ନକରିବାକୁ ଅନୁରୋଧ କରୁଛୁ । ଆପଣଙ୍କ ଚିନ୍ତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.