ପୁରୀ,୨୨/୦୫: କନ୍ୟା ସମ୍ମାନ, ସ୍ୱାଭିମାନ ପାଇଁ ଅଣ୍ଟା ଭିଡ଼ିଲା ରୋଟାରୀ।ଆସନ୍ତା ୨୫ତାରିଖରୁ ରବିବାର ଅପରାହ୍ନ ୫ଟାରୁ ପୁରୀରୁ ବାହାରିବ ସଚେତନତା ରଥ। ୧୫ଦିନରେ ପରିକ୍ରମା କରିବ ୧୫ ଶହ କିଲୋମିଟର। ଜୁନ ୮ରେ ଭୁବନେଶ୍ୱରରେ ହେବ ଶେଷ ।
ତେବେ ଏହି ସଚେତନତା ରଥ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ' ଏକ କଦମ କନ୍ୟା କେ ଲିୟେ " ଶୁଭାରମ୍ଭ କରିବେ ରୋଟାରୀ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର। ଏହି ସଚେତନତା ରଥ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଯଥା ଭୁବନେଶ୍ୱର, କଟକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର, ଯୋଡ଼ା, ବରବିଲ, ରାଇରଙ୍ଗପୁର, କରଞ୍ଜିଆ, ବାରିପଦା, ବାଲେଶ୍ୱର, ଭଦ୍ରକ,ଭଣ୍ଡାରିପୋଖରୀ,ଯାଜପୁର, ପାରାଦ୍ୱୀପ, ଜଗତସିଂପୁର, ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ଭଞ୍ଜନଗର, ପୁଲବାଣୀ, ନୟାଗଡ, ଢେଙ୍କାନାଳ, ଅନୁଗୁଳ ପରିକ୍ରମା କରିବାର ସ୍ଥିର କରାଯାଇଛି । ଏହି ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ରୋଟାରୀ କ୍ଲବର ପ୍ରତିନିଧି ଓ ସ୍ଥାନୀୟ ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ କନ୍ୟା ସୁରକ୍ଷା ପାଇଁ ବକ୍ତବ୍ୟ ରଖିବେ। "ଡ୍ରପ ଉର ଅନମୋଲ ମେସେଜ " ମାଧ୍ୟମରେ ମଧ୍ୟ ସେମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ରୋଟାରୀ ଜିଲ୍ଲା ସହ ପ୍ରାନ୍ତପାଳ ତଥା " କନ୍ୟା ଅନମୋଲ ହୈ "ର ରାଷ୍ଟ୍ରୀୟ ସଂଯୋଜକ ରୋଟାରୀଆନ ସରୋଜ ଦାଶ କହିଛନ୍ତି।
ସେହିପରି ଏହି କାର୍ଯ୍ୟକ୍ରମରେ ରୋଟାରିଆନ ସସ୍ମିତା ଦାଶ, ଅଂଶୁ ତ୍ରିପାଠୀ, କନ୍ୟା ଅନମୋଲ ହୈ "ର ସଭାପତି ଦେବସ୍ମିତା ଦାସ, ବିଦିଶା ପ୍ରିୟଦର୍ଶିନୀ, ଜଗବନ୍ଧୁ ପଣ୍ଡା, ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ରାଜ୍ୟ ବ୍ୟାପୀ ବରିଷ୍ଠ ରୋଟାରିଆନ, ରୋଟାରୀର ସଭାପତି ଓ ସମ୍ପାଦକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ବୋଲି ରୋଟାରିଆନ ସରୋଜ ଦାଶ କହିଛନ୍ତି।