ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍

Published By : Ankita S | May 23, 2025 8:07 AM

ଢାକା,୨୩/୦୫: ମହମ୍ମଦ ୟୁନୁସଙ୍କୁ ବାଂଲାଦେଶ ଆର୍ମି ଚିଫ୍‌ଙ୍କ ଚେତାବନୀ । ବିପଦରେ ୟୁନୁସଙ୍କ ଗାଦି । ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ପ୍ରମୁଖ ଜେନେରାଲ ୟୁନୁସଙ୍କୁ ଚେତବାନୀ ଦେଇଛନ୍ତି । ସେନାମୁଖ୍ୟ ୱକାର-ଉଜ-ଜମାନ ଚାହୁଁଛନ୍ତି କି ଚଳିତବର୍ଷ ଶେଷ ସୁଦ୍ଧା ଅର୍ଥାତ ଡିସେମ୍ବରରେ ନିର୍ବାଚନ ହେଉ । ନିର୍ବାଚିତ ସରକାର କାର୍ଯ୍ୟଭାର ସମ୍ଭାଳନ୍ତୁ । ମିଳିଥିବା ରିପୋର୍ଟ ଅନୁସାରେ ଅନ୍ତରୀଣ ସରକାରଙ୍କର କିଛି ନୀତିଗତ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ଆର୍ମି ଚିଫ୍ । ୟୁନୁସ ଇସ୍ତଫା ଦେଇ ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ରାଜନୈତିକ ଦଳ ସହିତ ବାଂଲାଦେଶ ସେନାମୁଖ୍ୟଙ୍କ ସହ ମଧ୍ୟ ୟୁନୁସଙ୍କ ମତଭେଦ ରହିଛି । ରୋହିତ୍ୟାଙ୍ଗଙ୍କ ପାଇଁ ମିଆଁମ୍ୟାର ଯାଏ ରାସ୍ତା କରିବାକୁ ଚାହୁଁଛନ୍ତି ୟୁନୁସ । ଯାହାକୁ ଆର୍ମି ଚିଫ୍ 'ବ୍ଲଡ଼ି କରିଡର' ଢାକାରେ କ୍ଷମତା ପାଇଁ ୟୁନୁସ ଏପରି ଚାଲାଖୀ କରୁଥିବା କହିଛନ୍ତି । ବାଂଲାଦେଶ ଆର୍ମି ଚିଫ୍ ଜେନରାଲ ୱକାର ଉଜ ଜମା ମହମ୍ମଦ ୟୁନୁସଙ୍କୁ ୩ ସନ୍ଦେଶ ଦେଇଛନ୍ତି । ଯାହାକୁ ନେଇ ହଲଚଳ ଦେଖିବାକୁ ମିଳିଛି । ଡିସେମ୍ବର ସୁଦ୍ଧା ନିର୍ବାଚନ, ସୈନ୍ୟ ମାମଲାରେ ଦସ୍ତକ୍ଷେପ ନ କରିବା ସହ ମିଆଁମ୍ୟାର ସହିତ କରିଡ଼ର ବନ୍ଦ କରିବାକୁ ଚେତାବନୀ ୟୁନୁସଙ୍କୁ ବାଂଲାଦେଶ ଚେତାବନୀ ଦେଇଛନ୍ତି ।

ଇସ୍ତଫା ଦେବେ ୟୁନୁସୁ !- ଦେଶ ସମ୍ଭାଳି ପାରୁନାହାନ୍ତି ୟୁନୁସ । ବାଂଲାଦେଶରେ ହିଂସା,  ଚୋରି, ସଂଖ୍ୟାଲଘୁଙ୍କ ବିରୋଧ ପ୍ରଦର୍ଶନରେ କାର୍ଯ୍ୟାନୁଷ୍ଠାନ ନେବାରେ ଫେଲ୍ ହୋଇଛନ୍ତି ୟୁନୁସ । କୌଣସି ବି ସମୟରେ ଭାଙ୍ଗିପାରେ ଅନ୍ତରୀଣ ସରକାର । ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସୁ ଦେଶରେ ବଢୁଥିବା ହିଂସା ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବାରୁ ବିଚାର କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ଦେଶରେ ଥିବା ସ୍ଥିତିରେ ତାଙ୍କ ପାଇଁ କାର୍ଯ୍ୟ କରିବା କଷ୍ଟକର ହୋଇଛି । ବର୍ତ୍ତମାନ ସ୍ଥିତି ଏମିତି ହୋଇଛି କି ୟୁନୁସ ଇସ୍ତଫା ଦେବାକୁ ନେଇ ବିଚାର କରୁଥିବା କୁହାଯାଉଛି । ୟୁନୁସଙ୍କ ଇସ୍ତଫା ଦେବା ନେଇ ଖବର ପରେ ବାଂଲାଦେଶରେ ହଲଚଲ ଦେଖିବାକୁ ମିଳିଛି ।

ଏନସିପି ସଂଯୋଜକ କହିଛନ୍ତି କି,ମୁଖ୍ୟ ପରାମର୍ଶଦାତା ୟୁନୁସ ଆଶଙ୍କା କରିଛନ୍ତି ଦେଶର ବର୍ତ୍ତମାନ ସ୍ଥିତିରେ ସେ କାମ କରିପାରିବେ ନାହିଁ । ଯେ ପର୍ଯ୍ୟନ୍ତ ରାଜନୈତିକ ଦଳ ସହମତି ନିଷ୍ପତ୍ତିରେ ପହଞ୍ଚିବେ ନାହିଁ ସେ କାମ କରିପାରିବେ ନାହିଁ । 

କୁହାଯାଉଛି କି, ଅନ୍ତରୀଣ ସରକାରଙ୍କ ପକ୍ଷରୁ ସଂସଦୀୟ ନିର୍ବାଚନ ନେଇ କୌଣସି ସ୍ପଷ୍ଟ ରୋଡ଼ମ୍ୟାପ ଘୋଷଣା ହୋଇନାହିଁ । ଏକ ନର୍ବାଚିତ ସରକାର ଦେଶର ଭବିଷ୍ୟତ ଦିଗ ସ୍ଥିର କରିବାର ଅଧିକାର ଅଛି ବୋଲି କହିଛନ୍ତି  ବାଂଲାଦେଶ ସେନାମୁଖ୍ୟ ଜମାନ । ପୂର୍ବ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ବାଂଲାଦେଶ ନ୍ୟାସନାଲ ପାର୍ଟି (ବିଏନ୍‌ପି) ସହିତ ଏକାଧିକ ରାଜନୈତିକ ଦଳ ଡିସେମ୍ବର ସୁଦ୍ଧା ସଂସଦୀଯ ନିର୍ବାଚନ କରିବାକୁ ଦାବି କରିଛନ୍ତି । ବିଏନ୍‌ପି କାର୍ଯ୍ୟକର୍ତ୍ତା ଢାକାରେ ମୁଖ୍ୟ ପରାମର୍ଶଦାତାଙ୍କ ନିବାସରେ ବିକ୍ଷୋଭ ପ୍ରଦର୍ଶନ କରଥିଲେ । ଅନ୍ତରୀଣ ସରକାରଙ୍କୁ ହଟାଇବାକୁ ଦାବି କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.