ବିନିକା/ସିଂଘିଯିବା,୨୨/୦୭: ସୁବର୍ଣ୍ଣପୁର ଜିଲ୍ଲା ବିନିକା କଲେଜ ଛକଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ । ଉଦିତ ପ୍ରଧାନଙ୍କୁ ପୁଲିସ ଗିରଫ ପରେ କଂଗ୍ରେସ ବିରୁଦ୍ଧରେ ଗର୍ଜିଲା ଯୁବମୋର୍ଚ୍ଚା। ଉଦିତ ଜଣେ ନିରୀହ ଛାତ୍ରୀଙ୍କୁ ନିଶାଦ୍ରବ୍ୟ ଦେଇ ଗୋଟିଏ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କଂଗ୍ରେସକୁ ନିନ୍ଦା କରି ଆଜି ସୁବର୍ଣ୍ଣପୁର ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ବିନିକା ସିଦ୍ଧାର୍ଥ କଲେଜ ଛକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଏଥିସହ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ରାଜ୍ୟ ସଭାପତି ଭକ୍ତଚରଣ ଦାସଙ୍କ କୁଶ ପୁତ୍ତଳିକା ଦାହ କରାଯଇଥିଲା । କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ନାୟକଙ୍କ ସମେତ ଅଶୋକ ପୃଷ୍ଟି ,ବିଜୟ ମହାକୁର ,ପ୍ରମିଳା କଲତା ଉଷଦ କର ,ଚନ୍ଦ୍ରମା ଅଗ୍ରୱାଲ, ପୂର୍ଣ୍ଣ ମେହେର,ଗୋପାଲ ମହାଲିଙ୍ଗ, ବିଶ୍ଵଦେବ ବଡ଼ପଣ୍ଡା,ଜିତେନ୍ଦ୍ର ଠାଟି,ରଞ୍ଜନ ବାରିକ, ଆଦିତ୍ୟ ପୁରହିତ, ଭୁବନେଶ୍ୱର ପାତ୍ର, ଉମେଶ ନାୟକ, ସତ୍ୟବାନ ପ୍ରଧାନ,ଅରବିନ୍ଦ ଡାଙ୍ଗ, ରାମ ମହାକୁର,ରାମଗୋପାଳ ବାଗ,ଚୈତନ ପଧାନ,ସୁରଜ ରଣା, ଜୟଦେବ ହରି, ସମେତ ଯୁବମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।