ନୂଆଦିଲ୍ଲୀ : ଘରର ସଫା ସୁତୁରା ପାଇଁ ଆମେ ସର୍ବଦା ବଜାରରୁ କେମିକାଲର ପ୍ରଡକ୍ଟ ଆଣିଥାଉ। ଏବେ ଏହି ଜିନିଷ କିଣିବାର ଆବଶ୍ୟକତା ନାହିଁ। ଘରର ୱେଷ୍ଟ ମ୍ୟାଟେରିଆଲକୁ ମଧ୍ୟ ଘର ସଫାରେ ସାହାଯ୍ୟ କରି ପାରିବେ। ଫିଲଟର କଫି ପିଇବାର ସଉକ ଯଦି ଅଛି ତ, ଏହାର ବଳକା ୱେଷ୍ଟ ମ୍ୟାଟେରିଆଲକୁ ଫିଙ୍ଗିବା ବଦଳରେ ଏହିପରି ଘରର ସଫା ସୁତୁରା ଠାରୁ ନେଇ ସୁନ୍ଦରତା ଚମକାଇବାରେ ବ୍ୟବହାର କରାଯାଇ ପାରେ। ଜାଣନ୍ତୁ କଫିର ବଳକା ୱେଷ୍ଟ ମ୍ୟାଟେରିଆଲର ବ୍ୟବହାର କେମିତି କରିବେ। 

ପୋଡି ଯାଇ ଥିବା ବାସନକୁ ସଫା କରିବାରେ –

ଯଦି କିଚେନର କୌଣସି ବାସନ ପୋଡ଼ି ଯାଇଛି ତ ଏହାକୁ ସଫା କରିବା ପାଇଁ କଫି ଗ୍ରାଉଣ୍ଡସକୁ ଢାଳି ରଗଡ଼ନ୍ତୁ। କଫିର ଖଦଡା ଅଂଶରେ ବାସନକୁ ସଫା କରିବା ସହଜ ହେବ। 

ଫ୍ରିଜ୍‌ର ଦୁର୍ଗନ୍ଧ ଦୂର କରିବାରେ – 

କଫିର ବଳକା କଫି ଗ୍ରାଉଣ୍ଡସକୁ ଫିଙ୍ଗ ନାହିଁ, ବରଂ ଏହାକୁ ଆଉ ଥରେ ଗରମ କରି ପାଣି ସହ ଫ୍ରିଜ୍‌ରେ ରଖି ଦିଅନ୍ତୁ। ଏଥିରେ ଫ୍ରିଜ୍‌ରେ ଆସୁ ଥିବା ଖାଦ୍ୟପେୟର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ ମିଳିବ। କଫିର ସୁଗନ୍ଧ ଫ୍ରିଜ୍‌ର ଦୁର୍ଗନ୍ଧକୁ ଅବଜର୍ବ କରିନେବ ଏବଂ କେବଳ କଫି ମହକିବ। 

ଜଙ୍କ୍ ଦାଗ ଛଡ଼େଇବା ପାଇଁ –

ଅନେକ ସମୟରେ ଷ୍ଟିଲ୍‌ ବା ମେଟାଲ ଉପରେ ଜଙ୍କ ଲାଗି ଯାଇ ଥାଏ। ଏହି ଜଙ୍କକୁ ଛଡ଼େଇବା ପାଇଁ କଫିର ବଳକା ଗ୍ରାଉଣ୍ଡସକୁ ନେଇ ରଗଡନ୍ତୁ। କଫି ଗ୍ରାଉଣ୍ଡସ ଖୁବ୍‌ ଖଦଡ଼ା ହୋଇ ଥାଏ ଏବଂ ଏହିପରି ଜଙ୍କକୁ ଛଡ଼େଇବାରେ ସାହାଯ୍ୟ କରିଥାଏ।

କପରର ବାସନ ଧୋଇବା ପାଇଁ –

ତମ୍ୱାର ବାସନକୁ ସଫା କରିବା ପାଇଁ କଫି ଗ୍ରାଉଣ୍ଡସର ବ୍ୟବହାର କରନ୍ତୁ। ଏଥିରେ ସବୁ ତମ୍ୱାର ବାସନ ପୂରା ଚମକିବ।

ପାତ୍ରରେ ଫର୍ଟିଲାଇଜର ପକାନ୍ତୁ –

କଫି ଗ୍ରାଉଣ୍ଡସକୁ ପାତ୍ରରେ ଫର୍ଟିଲାଇଜର ପରି ମଧ୍ୟ ପକାନ୍ତୁ। ଏହିା ଗଛ ପାଇଁ ଅର୍ଗାନିକ୍‌ ଫର୍ଟିଲାଇଜର ର କାମ କରିବ ଏବଂ ନ୍ୟୁଟ୍ରିସନ ମଧ୍ୟ ଦେବ।

କୀଟକୁ ଦୂରେଇବାରେ –

ରୋଷେଇରେ ଛୋଟ ଛୋଟ କୀଟ , ମାଛି ଲାଗି ରହିଥାନ୍ତି ତ ପାଣିରେ ଘୋଳି କଫି ଗ୍ରାଉଣ୍ଡସକୁ କିଚେନରେ ରଖନ୍ତି। କଫିର ମହକ  ଅନେକ କୀଟ ମାଛିକୁ ଆସେ ନାହିଁ। ଏହା ଦ୍ୱାରା ଏହି କୀଟମାନେ ରୋଷେଇ ଘରେ ପଶନ୍ତି ନାହିଁ।