ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପିଲାଙ୍କୁ ହଷ୍ଟେଲରେ ଛାଡିବାକୁ ଯାଉଥିବା ବେଳେ ଗଛରେ ପିଟି ହେଲା କାର : ଝିଅ ମୃତ, ୪ ଆହତ

Published By : Suraj Kumar | October 22, 2024 7:40 PM

ମାଲକାନଗିରି/ଚିତ୍ରକୋଣ୍ଡା, ୨୨/୧୦ (ଆପ୍ର ) :  ପୁଅ ଝିଅଙ୍କୁ  ସ୍କୁଲ ହଷ୍ଟେଲରେ ଛାଡିବା ନିମନ୍ତେ ବାପା ଏକ କାର ଯୋଗେ ଯାଉଥିବା ବେଳେ ଗଛରେ କାରଟି ପିଟି ହୋଇ ଦୁର୍ଘଟଣା ଘଟିଛି ।  ବଡ଼ ଝିଅର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଝିଅ ଓ ପୁଅ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ  ରାଜୁଲକୋଣ୍ଡା ଗ୍ରାମ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛି । 

ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟ ଗୁଡେମ ମଣ୍ଡଳ ଅନୁର୍ଗତ ମୁରଲାଗେଡା ଗ୍ରାମର ପ୍ରକାଶ ଖିଲ  ଏକ ଭଡା କାରରେ ଦୁଇ ଝିଅ ଓ ଦୁଇ ପୁଅଙ୍କୁ ଆନ୍ଧ୍ରପ୍ରଦେଶର ନରସିଂପାଟଣା ଏକ ଆଶ୍ରମ ସ୍କୁଲ ହଷ୍ଟେଲରେ ଛାଡ଼ିବା ପାଇଁ  ଯାଉଥିଲେ।  ଚିତ୍ରକୋଣ୍ଡା ସିଲେରୁ ରାସ୍ତା ଦେଇ ଯାଉଥିବା ବେଳେ ଚିତ୍ରକୋଣ୍ଡା ଥାନାସ୍ଥ ରାଜୁଲକୋଣ୍ଡା ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡି ଏକ ଗଛରେ ପିଟିହୋଇ ଯାଇଥିଲା।  ଏହି ଦୁର୍ଘଟଣାରେ କାରର ଡୋର ଓ କାଚ ଭାଙ୍ଗି ଯାଇ କାରରେ ବସିଥିବା ବାପା ପ୍ରକାଶ ଖିଲ ଓ ତାଙ୍କର ଚାରି ପୁଅଝିଅ ଦୁରକୁ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ନିକଟସ୍ଥ ଗ୍ରାମବାସୀ ଏହା ଦେଖି ଚିତ୍ରକୋଣ୍ଡା ଥାନାକୁ ଫୋନ କରି ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ହସ୍ପିଟାଲକୁ ପଠାଇଥିଲେ।  ହସ୍ପିଟାଲରେ  ବଡ଼ ଝିଅ ରାସୋ ଖିଲ (୧୫)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବାପା ପ୍ରକାଶ ଖିଲ ସାମାନ୍ୟ ଆହତ ହୋଇଥିବା ବେଳେ  ପୁଅ ଶ୍ରୀନୁ ଖିଲ (୧୪),  ରାମୁଡୁ ଖିଲ (୧୨) ସାନ ଝିଅ ଏଲିଶା ବେଥୁ ଖିଲ (୮)ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୁଲିସ ପହଁଞ୍ଚି କାର ଜବତ କରିଛନ୍ତି। ଦୁର୍ଘଟଣା ପରେ କାର ଡ୍ରାଇଭର  ଫେରାର ହୋଇଯାଇଛି। ପୁଲିସ ରାସୁ ଖିଲ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ସେମାନଙ୍କ ପରିବାରଙ୍କୁ ଫୋନ ଯୋଗେ  ଦୁର୍ଘଟଣା ସମ୍ପର୍କରେ ଜଣାଉଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.