ଢେଙ୍କାନାଳ, ୨୯/୦୫: ଲମ୍ବୋଦରପୁର ଗାଁ ନିକଟରେ ଥିବା ମଶାଣିର ଏକ ଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ଢେଙ୍କାନାଳ ସଦର ଥାନା ଭାଲିଆବୋଲକାଟେଣୀ ଗ୍ରାମପଞ୍ଚାୟତ ଲମ୍ବୋଦରପୁର ଗାଁ ପାଖରେ ଥିବା ମଶାଣିରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗାଁ ନିକଟରେ ଥିବା ମଶାଣିର ଏକ ଗଛରେ ଜଣେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ଗାଁଲୋକେ । ଏହା ଦେଖି ଗାଁଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।