ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କେସିଙ୍ଗା ମେଡିକାଲର ବିଭିନ୍ନ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Published By : Anindita Ratha | June 12, 2025 10:14 AM

କେସିଙ୍ଗା,ଏନ୍ଏସି,୧୨/୦୬: କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ବିଜେପି ସଭାପତି ଭାର ଗ୍ରହଣ କରିବା ପରେ ଆକ୍ସନ ମୁଡରେ ପିଙ୍କୁ ପରିଡ଼ା। ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କଳାହାଣ୍ଡି ଜିଲ୍ଲାକୁ ଆସିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କେସିଙ୍ଗା ବିଜେପି ସଭାପତିଙ୍କ ନେତୃତ୍ୱରେ ଏକ ଟିମ୍ ଭବାନୀପାଟଣା ଯାଇ ସାକ୍ଷାତ କରିଛନ୍ତି । ଏଥିସହ କେସିଙ୍ଗା ମେଡିକାଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି । 

ଦାବିପତ୍ରରେ କେସିଙ୍ଗା ମେଡିକାଲ ପାଇଁ ଜଣେ ମେଡିସିନ ସ୍ପେସିଆଲିଷ୍ଟ, ତିନିଜଣ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପାଇଁ ଉଲ୍ଲେଖ ରହିଛି । ଏଥିସହ କେସିଙ୍ଗା ମେଡିକାଲରେ ବ୍ଲଡ୍ ବ୍ୟାଙ୍କ ବ୍ୟବସ୍ଥା, ପୁରୁଣା ହୋଇ ଯାଇଥିବା ଡକ୍ଟର ଓ ଷ୍ଟାଫଙ୍କ ସରକାରୀ କୋଠାର ମରାମତି, ହସ୍ପିଟାଲରେ ଅତ୍ୟାଧୁନିକ ଲେବରେଟାରିର ସ୍ଥାପନ ସାଙ୍ଗକୁ ଲ୍ୟାବ୍ ଟେକ୍ନିସିଆନ ଓ ନର୍ସିଂ ଷ୍ଟାଫ ଯଥା ଶୀଘ୍ର ନିଯୁକ୍ତି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ସ୍ଵାସ୍ଥ୍ୟମନ୍ତ୍ରୀ ଯଥାଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି କେସିଙ୍ଗା ବିଜେପି ନଗର ସଭାପତି ପ୍ରକାଶ କରିଛନ୍ତି। ଏହି ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଟାଉନ ସମ୍ପାଦକ ଯୁଗଳ କିଶୋର ଦୀପ,ସୁନୀଲ ଜୈନ,ବିମଳ ବାଗ ପ୍ରମୁଖ ଉପସ୍ଥିତ ଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.