ପ୍ରମୂଖ ଖବର
  • ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ
  • ||
  • ନୂଆପଡା : ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଘଟଣ, ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
  • ||
  • ପ୍ରଳୟଙ୍କରୀ ବନ୍ୟାରେ ଅସ୍ତବ୍ୟସ୍ତ ପାକିସ୍ତାନ, ୪୮ ଦିନରେ ଗଲାଣି ୬୫୦ ଜୀବନ
  • ||
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ଡିଜିଟାଲ କାରବାର ମଇଳା ନୋଟ୍ ଉପରେ ଲଗାଇଛି ଲଗାମ, ବର୍ଷକ ଭିତରେ କେତେ କମିଛି ? ଜାଣନ୍ତୁ ଆରବିଆଇର ରିପୋର୍ଟ

Published By : Harapriya Biswal | August 17, 2025 4:07 PM

ନୂଆଦିଲ୍ଲୀ,୧୭।୮: ଦେଶରେ ଡିଜିଟାଲ ବିପ୍ଳବ ଏବଂ UPI କାରବାରରେ ବୃଦ୍ଧି କେବଳ ନଗଦ କାରବାରକୁ ହ୍ରାସ କରିନାହିଁ, ବରଂ ମଇଳା ଏବଂ ନଷ୍ଟ ନୋଟ ସଂଖ୍ୟାକୁ ମଧ୍ୟ ହ୍ରାସ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ସଦ୍ୟତମ ରିପୋର୍ଟ ଦର୍ଶାଉଛି ଗତ ବର୍ଷକ ମଧ୍ୟରେ ଏପରି ନୋଟ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ହ୍ରାସ ପାଇଛି।

ପୂର୍ବରୁ ପ୍ରାୟତଃ ଦେଖାଯାଉଥିଲା ଯେ, ଲୋକମାନେ ନୋଟରେ ଅନାବଶ୍ୟକ ଜିନିଷ ଲେଖିଥାନ୍ତି, ଏପରିକି ମୋଡ଼ିକି ନୋଟ୍‌କୁ ରଖିଥାନ୍ତି କିମ୍ବା ସଠିକ୍ ଭାବରେ ବ୍ୟବହାର କରୁନଥିଲେ। ଏହି କାରଣଗୁଡ଼ିକ ଯୋଗୁଁ ନୋଟ ଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଉଥିଲା। କିନ୍ତୁ ବର୍ତ୍ତମାନ ଡିଜିଟାଲ ପେମେଣ୍ଟ ପ୍ରତି ବଢ଼ୁଥିବା ଚାହିଦା, ଲୋକଙ୍କ ସଚେତନତା ଏବଂ କେନ୍ଦ୍ରୀୟ ବ୍ୟାଙ୍କର କଡା ନିୟମ ଏହି ସମସ୍ୟାକୁ ବହୁ ପରିମାଣରେ ହ୍ରାସ କରିଛି।

RBI ପ୍ରତିବର୍ଷ ବଜାରରୁ ନଷ୍ଟ ନୋଟ୍ ବାହାର କରିଥାଏ। ଏପ୍ରିଲ୍ ରୁ ଜୁଲାଇ ୨୦୨୪ ମଧ୍ୟରେ ମୋଟ ୮.୪୩ ବିଲିୟନ ନୋଟ୍ ଫେରାଇ ନିଆଯାଇଥିଲା,  ୨୦୨୫ ରେ ସମାନ ସମୟ ମଧ୍ୟରେ ଏହି ସଂଖ୍ୟା ୫.୯୬ ବିଲିୟନକୁ ହ୍ରାସ ପାଇଥିଲା। ଯଦି ଆମେ ବିଭିନ୍ନ  ମୂଲ୍ୟ ବିଷୟରେ କଥା ହେବା, ତେବେ ୨୦୨୪ ଏପ୍ରିଲରୁ ଜୁଲାଇ ମଧ୍ୟରେ ୫୦୦ ଟଙ୍କାର ୩.୧୦ ବିଲିୟନ ନୋଟ୍, ୨୦୦ ଟଙ୍କାର  ୮୫.୬୩ କୋଟି, ୧୦୦ ଟଙ୍କାର ୨.୨୭ ବିଲିୟନ ଏବଂ ୫୦ ଟଙ୍କିଆ ୭୦ କୋଟି ନଷ୍ଟ  ନୋଟ୍ ବାହାର କରାଯାଇଥିଲା। ସମାନ ସମୟ ମଧ୍ୟରେ ୨୦୨୫ ରେ ୫୦୦ ଟଙ୍କାର ୧.୮୧ ବିଲିୟନ ନୋଟ୍, ୨୦୦ ଟଙ୍କାର ୫୬.୨୭ କୋଟି, ୧୦୦ ଟଙ୍କାର ୧.୦୭ ବିଲିୟନ ଏବଂ ୫୦ ଟଙ୍କାର ୬୫ କୋଟି ନୋଟ୍ ପ୍ରଚଳନରୁ ବାହାର କରାଯାଇଥିଲା। ଏହି ସଂଖ୍ୟାଗୁଡ଼ିକରୁ ସ୍ପଷ୍ଟ ଯେ ଡିଜିଟାଲ୍ କାରବାର ଯୋଗୁଁ ନଗଦ ନୋଟ୍ ବ୍ୟବହାର ହ୍ରାସ ପାଉଛି। ଏହା କେବଳ ମଇଳା ଏବଂ ପୁରୁଣା ନୋଟ୍ ସଂଖ୍ୟା ହ୍ରାସ କରିନାହିଁ, ବରଂ ଅର୍ଥନୀତିରେ ନଗଦ ଉପରେ ନିର୍ଭରଶୀଳତା ମଧ୍ୟ ନିରନ୍ତର ହ୍ରାସ ପାଉଛି। ଆଗାମୀ ସମୟରେ ଏହି ଧାରା ଦୃତ ଗତିରେ ବଢିପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.