ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ଫୁଟିଲା ଟାରିଫ୍ ବୋମା; ୧୦ରୁ ୪୧% ଯାଏ ରେସିପ୍ରୋକାଲ ଟାରିଫ୍ ଆଦେଶ ଉପରେ ଟ୍ରମ୍ପଙ୍କ ସାଇନ୍, ଭାରତ ସମେତ ୭୦ ଦେଶ ଉପରେ ପଡିବ ପ୍ରଭାବ

Published By : Ankita S | August 1, 2025 8:07 AM

ନୂଆଦିଲ୍ଲୀ,୦୧/୦୮: ପହିଲାରୁ ଫୁଟିଲା ଟ୍ରମ୍ପଙ୍କ ଟାରିଫ୍ ବୋମା । ଯାହା କହୁଥିଲେ ତାହା କରି ଦେଖାଇଲେ । ଭାରତ ସମେତ ଏକାଧିକ ଦେଶ ଉପରେ ଶୁଳ୍କ ବୋଝ ଲଦିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ନିଷ୍ପତ୍ତି ନେଇ ଏକାଧିକ ଦେଶ ଉପରେ ୧୦ରୁ ୪୧ ପ୍ରତିଶତ ଯାଏ ନୂଆ ରେସିପ୍ରୋକାଲ ଟାରିଫ୍ ଲଗାଇବା ଆଦେଶ ଉପରେ ହସ୍ତାକ୍ଷର କରିଛନ୍ତି । ଭାରତ ସମେତ ୭୦ରୁ ଅଧିକ ଦେଶ ଉପରେ ଏହାର ପ୍ରଭାବ ପଡିବ । ଏହି ନିଷ୍ପତ୍ତି ଉପରେ ସାଇନ୍ କରି ସେ କହିଛନ୍ତି ଏହି ପଦକ୍ଷେପ ବର୍ଷ ବର୍ଷ ଧରି ଚାଲି ଆସୁଥିବା ବ୍ୟବସାୟିକ ଅସୁନ୍ତଳନକୁ ଦୂର କରିବ ଏବଂ ଆମେରିକା ଆର୍ଥିକ ସୁରକ୍ଷାକୁ ମଜବୁତ କରିବାକୁ ନିଆଯାଇଛି । ନୂଆ ଟାରିଫ୍ ନିର୍ଦ୍ଦେଶରେ ସାଇନ୍ କରିଥିଲେ ବି ସାମାନ୍ୟ ଆଶ୍ୱସ୍ତି ମିଳିଛି । ୭ ଦିନ ସମୟ ମିଳିଛି ।

ହ୍ୱାଇଟ୍ ହାଉସ୍‌ରୁ ଜାରି ହୋଇଥିବା ଏକ ବିବୃତ୍ତି ଅନୁସାରେ, ଆଦେଶରେ କେବଳ ଶୁଳ୍କ ଦରରେ ପରିବର୍ତ୍ତନ କରିବ ନାହିଁ, ବରଂ ଟାରିଫ୍ ଲାଗୁ ହେବାର ତାରିଖ ବି ସ୍ଥିର କରିବ । ନୂଆ ଟାରିଫ୍ ଲାଗୁ ନେଇ ଅଗଷ୍ଟ ୧ ତାରିଖ ସ୍ଥିର ହୋଇଥିଲା । ସେବେ ଯାଏ ସମସ୍ତ ଦେଶ ସହିତ ବ୍ୟବସାୟ ବୁଝାମଣା ସମ୍ପୂର୍ଣ୍ଣ ହୋଇଯାଇଥିବ । ହେଲେ ଏବେ ଯେଉଁ ୭୦ ଦେଶ ଉପରେ ନୂଆ ଟାରିଫ୍ ଲାଗୁ ହୋଇଛି ସେମାନଙ୍କ ଉପରେ ୭ ଦିନ ପରେ ଲାଗୁ ହେବାକୁ ନିଷ୍ପତ୍ତି ହୋଇଛି । ଅର୍ଥାତ୍‌ ଅଗଷ୍ଟ ୭ରୁ ଆଦେଶ ଲାଗୁ ହେବ ।

ନୂଆ ଶୁଳ୍କ ହାରରେ ଭାରତରୁ ରପ୍ତାନୀ ଉପରେ ୨୫% ଶୁଳ୍କ, ତାଇୱାନରୁ ଆସୁଥିବା ସାମଗ୍ରୀ ଉପରେ ୨୦% ଏବଂ ଦକ୍ଷିଣ ଆଫ୍ରିକାରୁ ଆସୁଥିବା ସାମଗ୍ରୀ ଉପରେ ୩୦% ଶୁଳ୍କ ଅନ୍ତର୍ଭୁକ୍ତ ରହିଛି। ପାକିସ୍ତାନ ଉପରେ ୧୯ ପ୍ରତିଶତ ଏବଂ ଜାପାନ ଉପରେ ୧୫ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି । ସେହିପରି ଇସ୍ରାଏଲ ଉପରେ ୧୫ ପ୍ରତିଶତ ଏବଂ ଇରାକ୍‌ ଉପରେ ୩୫% ଶୁଳ୍କ ଲାଗୁ କରାଯାଇଛି। ଟ୍ରମ୍ପ ଦକ୍ଷିଣ ଆଫ୍ରିକା ଉପରେ ୩୦ ପ୍ରତିଶତ, ଦକ୍ଷିଣ କୋରିଆ ଉପରେ ୧୫ ପ୍ରତିଶତ ଏବଂ ଶ୍ରୀଲଙ୍କା ଉପରେ ୨୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ।

କାନାଡ଼ା ପାଇଁ ଅଲଗା ନିୟମ-ନ୍ୟୁଜ ଏଜେନ୍ସିଂ ରଏଟର୍ସ ମୁତାବିକ କାନାଡ଼ା ଉପରେ ବି ୩୫ ପ୍ରତିଶତ ଟାରିଫ୍ ଲାଗିଛି । ଯାହା ପ୍ରଥମେ ୨୫ପ୍ରତିଶତ ଥିଲା । କାନାଡ଼ା ଅବୈଧ ନିଶା ଔଷଧ ସଙ୍କଟକୁ ରୋକିବାକୁ ଅସଫଳ ରହିଛି । ଆମେରିକା ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । କାନାଡ଼ି ଉପରେ ଲାଗୁ ହୋଇଥିବା ୩୫ ପ୍ରତିଶତ ଶୁଳ୍କ ଅନ୍ୟ ଦେଶଠୁ ଅଲଗା ପ୍ରକ୍ରିୟାରେ ଲାଗୁ ହେବ ।

କେଉଁ ଦେଶ ଉପରେ କେତେ ଟାରିଫ୍ ?

ସିରିୟା-୪୧%

ଲାଓସ, ମିଆଁମାର- ୪୦%

ସ୍ୱିଜରଲାଣ୍ଡ-୩୯%

ଇରାକ୍, ସର୍ବିଆ- ୩୫%

ଅଲଜେରିଆ, ଲିବିୟା, ଦକ୍ଷିଣ ଆଫ୍ରିକା-୩୦%

ଭାରତ,ବ୍ରୁନେଇ, କଜାକିସ୍ତାନ,ଟ୍ୟୁନିସିଆ- ୨୫%

ବାଂଲାଦେଶ, ଶ୍ରୀଲଙ୍କା, ତାଇୱାନ, ଭିଏତନାମ-୨୦%

ପାକିସ୍ତାନ, ମାଲେସିୟା, ଇଣ୍ଡୋନେସିଆ, କମ୍ବୋଡ଼ିଆ, ଫିଲିପିନ୍ସ, ଥାଇଲାଣ୍ଡ-୧୯%

ଇସ୍ରାଏଲ,ଜାପାନ, ତୁର୍କୀ, ନାଇଜେରିଆ, ଘାନା- ୧୫%

ବ୍ରାଜିଲ, ବ୍ରିଟେନ୍- ୧୦%

ଚୀନ ସହ ଫାଇନାଲ ହୋଇନି ଡିଲ୍- ଆମେରିକା ଅର୍ଥ ମନ୍ତ୍ରଣାଳୟ ଷ୍ଟାଟ ବେସେଟ ନିକଟରେ କହିଛନ୍ତି କି, ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟ ବୁଝମଣା ସମ୍ଭାବନା ଅଛି ହେଲେ ଫାଇନାଲ ହୋଇନାହିଁ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ବାକି ଅଛି । ଏହି ବୁଝମଣା ନେଇ ଚୀନକୁ ଅଗଷ୍ଟ ୧୨ରେ ଯାଏ ସମୟ ଦିଆଯାଇଛି । ଏହି ଡେଡ୍‌ଲାଇନ ମେ ଏବଂ ଜୁନ୍‌ରେ ହୋଇଥିବା ପ୍ରାରମ୍ବିକ ବୁଝାମଣା ପରେ ନିଷ୍ପତ୍ତି ହୋଇଥିଲା ।

ଟ୍ରମ୍ପ କିପରି ନେଲେ ଟାରିଫ୍ ନିଷ୍ପତ୍ତି- ହ୍ୱାଇଟ୍ ହାଉସ୍ ଅନୁସାରେ ଟ୍ରମ୍ପଙ୍କ ଦ୍ୱାରା ପ୍ରଥମେ ଜାରି ହୋଇଥିବା ଏକ୍ୟୁକେଟିଭ୍ ଅର୍ଡର-୧୪୨୫୭ ଉପରେ ଆଧାରିତ । ଯେଉଁଥିରେ କୁହାଯାଇଛି କି, ଆମେରିକା ଲାଗାତାର ତାର ଆର୍ଥିକ ସୁରକ୍ଷା ଓ ବ୍ୟବସାୟିକ ସନ୍ତୁଳନ ରକ୍ଷା କରିବାକୁ ଏପରି ନିଷ୍ପତ୍ତି ନେଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.