ପ୍ରମୂଖ ଖବର
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗୁଜରାଟରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର

Published By : Suraj Kumar | June 16, 2025 10:57 PM

ଭୁବନେଶ୍ବର, ୧୬।୬ : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚବି ଡକ୍ଟର ପି. କେ. ମିଶ୍ର ଗୁଜରାଟର ଧୋଲେରା ଏବଂ ଲୋଥାଲରେ  ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକର ମୂଲ୍ୟାଙ୍କନ କରିବା ସହ କ୍ଷେତ୍ର ସ୍ତରୀୟ ଯାଞ୍ଚ ଏବଂ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏହି ପ୍ରକଳ୍ପଗୁଡିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧିର ଦୃଷ୍ଟି କୋଣ ସହିତ ସମନ୍ବିତ।

ଡକ୍ଟର ମିଶ୍ର ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଦ୍ୱାରା କାର୍ଯ୍ୟକାରୀ ହେଉଥିବା ନିର୍ମାଣାଧୀନ ଅହମ୍ମଦାବାଦ-ଧୋଲେରା ଗ୍ରୀନଫିଲ୍ଡ ଏକ୍ସ ପ୍ରେସଓ୍ବେ ପରିଦର୍ଶନ କରିଥିଲେ। ଅହମ୍ମଦାବାଦ ଏବଂ ଧୋଲେରା ଗ୍ରୀନଫିଲ୍ଡ ଏକ୍ସପ୍ରେସଓ୍ବେ ପରିଦର୍ଶନ କରିଥିଲେ।  ବିଶ୍ୱସ୍ତରୀୟ ସଡକ୍ ମାନଙ୍କ ସହିତ ସମୟୋଚିତ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସେ  ଗୁରୁତ୍ୱାରୋପ କରିଥିଲେ। 

ଡକ୍ଟର ମିଶ୍ର ଘରୋଇ  ଚିପ୍  ଉତ୍ପାଦନରେ  ଏକ୍ ଫ୍ଲାଗସିପ୍ ପଦକ୍ଷେପ ଟାଟା ଇଲେକ୍ଟୋନିକ୍ସର ସେମିକଣ୍ଟକ୍ଟର ଫ୍ରେବିକସେନ (ଫାବ୍ ) ପ୍ରକଳ୍ପ ନିରୀକ୍ଷଣ କରିଥିଲେ। ସେ ଧୋଲେରା  ଇଣ୍ଡଷ୍ଟ୍ରିଆଲ୍ ସିଟି ଡେଭଲପମେଣ୍ଟ ଲିମିଟେଡ (ଡିଆଇସିଡିଏଲ ) ଦ୍ବାରା ବିକଶିତ ସାମଜିକ ଭିତ୍ତିଭୂମି ପ୍ରକଳ୍ପ ବିଦ୍ୟାଳୟ, ଡାକ୍ତରଖାନା ଏବଂ ଆବାସିକ୍ କମ୍ଲେକ୍ସ ମଧ୍ୟ ପରିଦର୍ଶନ କରିଥିଲେ। 

ଡକ୍ଟର ମିଶ୍ର ଡିଆଇସିଡିଏଲ୍, ଡିଆଇଏସିଏଲ୍, ଏନଏଚଏଆଇ, ଭାରତୀୟ ବିମାନ ବନ୍ଦର ପ୍ରାଧିକ୍ରଣ ଏବଂ ଭାରତୀୟ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହ ଏକ୍ ବିସ୍ତୃତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଅହମ୍ମଦାବାଦ-ଧୋଲେରା ଏକ୍ସପ୍ରେସ, ଭୀମନାଥ- ଧୋଲେରା ମାଲ ପରିବହନ ରେଳ  ସଂଯୋଗ, ଅହମ୍ମଦାବାଦ-ଧୋଲେରା ସେମି-ହାଇସ୍ପିଡ ରେଳ ଲାଇନ ପ୍ରକଳ୍ପଗୁଡିକର ସମୀକ୍ଷା କରିଥିଲେ।  ବନ୍ଦର , ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନରେ ଏକ ଫ୍ଲଗସିପ ପଦକ୍ଷେପ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପେ୍ଲକ୍ସ ପରିଦର୍ଶନ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.