ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସାତ ଦରିଆ ଡେଇଁ ଆସିଲେ ବିଦେଶୀ ପୁଅ, ବାଲେଶ୍ୱର ଝିଅ ହେଲେ ଲଣ୍ଡନ ବୋହୂ

Published By : Prameya | February 7, 2025 1:41 PM

ବାଲେଶ୍ୱର,୦୭/୦୨: ଆରମ୍ଭ ହୋଇଛି ପ୍ରେମ ସପ୍ତାହ । ଏହି ପ୍ରେମ ସପ୍ତାହରେ ଦେଖିବାକୁ ମିଳିଛି ଶାଶ୍ୱତ ପ୍ରେମର ଉଦାହରଣ । ପ୍ରେମିକାଙ୍କୁ ପାଇବା ପାଇଁ ପ୍ରେମିକ ସାତ ଦରିଆ ଡେଇଁ ବିବାହ କରିବାକୁ ଆସିଲେ ବାଲେଶ୍ୱର । ଏଭଳି ଏକ ଶାଶ୍ୱତ ପ୍ରେମ ଦେଖିବାକୁ ମିଳିଛି ବାଲେଶ୍ୱର ସହର  ଉପକଣ୍ଠ ଶୋଭାରାମପୁର ଅଞ୍ଚଳରେ । ହିନ୍ଦୁ ରୀତିନୀତିରେ ବାଲେଶ୍ୱର ଝିଅକୁ ବିବାହ କରିଛନ୍ତି ଲଣ୍ଡନ ପୁଅ । 

ଶୋଭାରାମପୁର ନିବାସୀ କମଳାକାନ୍ତ ଦାସ ଓ  ମୀନାକ୍ଷୀ ଦାସଙ୍କ ଝିଅ ନତାଶା । ଏମବିଏ ଶିକ୍ଷା ପାଇଁ  ୨୦୧୮ ମସିହାରେ ଇଂଲଣ୍ଡ ଯାଇଥିଲେ । ଏମ୍‌ବିଏ ଶେଷ  କରି ୨୦୨୦ ମସିହାରେ ଲଣ୍ଡନରେ ଗୋଟିଏ ହୋଟେଲରେ ମ୍ୟାନେଜର ଭାବରେ କାମ କରୁଥିଲେ । ସେଠାରେ ୱେଷ୍ଟ ଲଣ୍ଡନ ବାସିନ୍ଦା ଲୁକ୍‌ ଆନ୍ଥୋନି ଡେ’ଙ୍କ ସହିତ ତାଙ୍କର  ଦେଖା ହୋଇଥିଲା । ଲୁକ୍‌ ଆନ୍ଥୋନି ଟେଲିକମ କମ୍ପାନିରେ କାର୍ଯ୍ୟରତ । ତାଙ୍କର ପୂର୍ବଜ ଗୋଆରେ ରହୁଥିଲେ । ତାଙ୍କ ଜେଜେ ଇଂଲଣ୍ଡ ମହିଳାଙ୍କୁ ବିବାହ କରି ଇଂଲଣ୍ଡର ନାଗରିକତ୍ୱ ଗ୍ରହଣ କରିଛନ୍ତି। ଆନ୍ଥୋନି ଲଣ୍ଡନରେ ଜନ୍ମ ହୋଇଥିଲେ ବି ତାଙ୍କର ଭାରତୀୟଙ୍କ ପ୍ରତି ଦୁର୍ବଳତା ଥିଲା ।  ତେଣୁ ଭାତତୀୟ ଝିଅ ନତାଶାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଦୁହେଁ ବିବାହ କରିବା ପାଇଁ ସ୍ଥିର କଲେ । ଏ ସମ୍ପର୍କରେ ନତାଶା ଘରେ ଜଣାଇଥିଲେ । କିନ୍ତୁ ପିତା  କମଳାକାନ୍ତ ପ୍ରଥମେ ରାଜି ହୋଇନଥିଲେ । ପରବର୍ତ୍ତୀ  ସମୟରେ ହିନ୍ଦୁ ରୀତିନୀତିରେ ନିଜ ଜନ୍ମମାଟିରେ  ବାହାଘର କରିବାକୁ ସର୍ତ୍ତ ରଖିଥିଲେ । ଆନ୍ଥୋନି  ମଧ୍ୟ ତାଙ୍କ ପରିବାରକୁ ଜଣାଇଥିଲେ । ସମସ୍ତେ  ଭାରତ ଆସିବାର ଯୋଜନା ଥିଲା । କିନ୍ତୁ ଭିସା  ନମିଳିବାରୁ କେବଳ ଆନ୍ଥୋନି ଆସିଛନ୍ତି ।  

ସୋମବାର କୋର୍ଟରେ ନତାଶା ଓ ଆନ୍ଥୋନିଙ୍କର  ବିବାହ ହୋଇଥିଲେ । ବୁଧବାର ହିନ୍ଦୁ  ରୀତିନୀତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବାଣ ରୋଷଣି ଓ ଡିଜେ ବଜାଇ  ବର ବେଶରେ ନତାଶଙ୍କ ଘରେ ପହଞ୍ଚିଥିଲେ  ବିଦେଶୀ ବର । ଦଶ ଦିଗପାଳକୁ ସାକ୍ଷୀ ରଖି ହାତଗଣ୍ଠି  ପଡ଼ିଛି । ଉଭୟ ଏଥିରେ ଖୁସି ଅଛନ୍ତି । ପୁଅଝିଅଙ୍କ ଖୁସିରେ  ଆମେ ଖୁସି ବୋଲି ନତାଶାଙ୍କ ପିତାମାତା ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.