ହରଭଙ୍ଗା, ୩୧।୮ : ହରଭଙ୍ଗା ବ୍ଲକ ଆଡେଣି ଗଡ଼ ସେବାସମବାୟ ସମିତିରେ ସାର ଅଭାବ। ସାର ମିଳୁ ନ ଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ହରଭଙ୍ଗା ବ୍ଲକ ଆଡେଣି ଗଡ଼ ସେବାସମବାୟ ସମିତି ରେ ଧାନ ତଳି ପକାଇବା ସମୟରେ କିଛି ସାର ଆସିଥିଲା । ତା ପରେ ଅଗଷ୍ଟ ୨୩ତାରିଖରେ ସେବାସମବାୟ ସମିତିକୁ ୟୁରିଆ ଏବଂ ଡି ଏ ପି ସାର ଆସିଥିଲା । ହେଲେ ୨୫ ତାରିଖରେ କିଛି ଚାଷୀ ଫୋନ କରି ପଂହଁଚି ଲା ବେଳେ ସାର ଶେଷ ହୋଇ ଗଲା ବୋଲି ସମ୍ପାଦକ କହିଥିଲେ । ସାର ମିଳୁ ନ ଥିବାରୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ଧାନ ମଣ୍ଡି ପଞ୍ଜି କରଣ ସମୟରେ ମଧ୍ୟ୍ୟ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି । ଜ଼ିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ଦାବୀ କରିଛନ୍ତି l