ଫିରିଙ୍ଗିଆ,୨୪।୧୧ :  ଫିରିଙ୍ଗିଆ ଥାନା ଅଧୀନରେ ଥିବା କେଳାପଡା ଓ ଭୃଙ୍ଗୀଯୋଡି ପଞ୍ଚାୟତ ଉର୍କିଆ, ଗଞ୍ଜୁପାଙ୍ଗା ଓ ସୁଂଗାମାହା ଗାଁ ନିକଟରେ ଥିବା ଜଙ୍ଗଲ ଜମି ରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି।  ପ୍ରାୟ ୧୦୬ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦଶଲକ୍ଷ ଷାଠିଏ ହଜାର ତାଙ୍କର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି I

ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଏସଆଇ ଦୀପକ କୁମାର ରାଉତ ଓ ପ୍ରମୋଦ କୁମାର ବେହେରା ଙ୍କ ନେତୃତ୍ୱରେ ସୋମବାର ଏହି ଚଢାଉ କରାଯାଇଥିଲା।  ତେବେ ଏହି ଅଭିଯାନରେ ଥାନାରେ ସମସ୍ତ ହୋମ ଗାର୍ଡ, ପ୍ରାୟ ତିରିଶ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ୍ୟ ମୁତୟନ କରାଯାଇଥିଲା I ଅନ୍ୟପଟେ ଏହି ଗଞ୍ଜେଇ କଟା କୁ ନେଇ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି I