ଭୁବନେଶ୍ବର,୧୩/୦୮: ଆତ୍ମହତ୍ୟା କ'ଣ ସବୁ ସମସ୍ୟାର ସମାଧାନ ? ଯଦି ନାଁ ତେବେ କାହିଁକି ବଢ଼ୁଛି ଆତ୍ମହତ୍ୟା ଜନୀତ ମୃତ୍ୟୁ ସଂଖ୍ୟା ? କ'ଣ ପାଇଁ ଜଣେ ମଣିଷ ଜୀବନ ହାରିବାକୁ ସବୁ ସମସ୍ୟାର ସାମାଧାନ ବୋଲି ଭାବୁଛି । ତେବେ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ସବୁ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ସେଫ କ୍ୟାମ୍ପେନ ବା ସଚେତନତା ଶିବିର କରିବ ଉଚ୍ଚ ଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଶକ୍ତିଶ୍ରୀ ସ୍କିମରେ ସେଫ କ୍ୟାମ୍ପନ ଭଳି କାର୍ଯ୍ୟକ୍ରମ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ କରିବାକୁ ଯାଉଛି । ଛାତ୍ରଛାତ୍ରୀଙ୍କ ମାନସିକ ସନ୍ତୁଳନ କିପରି ଠିକ ରହିବ ଓ କୌଣସି ପରିସ୍ଥିତିରେ ବି କେହି ଯେମିତି ଦୁର୍ଭାଗ୍ୟଜନକ ପଦକ୍ଷେପ ନ ନିଅନ୍ତି । ଏନେି ଶକ୍ତିଶ୍ରୀ ଯୋଜନାରେ ପଦକ୍ଷେପ ନିଆଯାଇଛି । କ୍ୟାମ୍ପସରେ ସଚେତନତା ସହ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବା ଦରକାର । ଯଦି କେହି କୌଣସି ଘଟଣାକୁ ନେଇ ବ୍ୟସ୍ତ ବିବ୍ରତ ହେଉଛନ୍ତି ତାଙ୍କୁ ବୁଝେଇବାକୁ ପଡ଼ିବ । ଆତ୍ମହତ୍ୟା ପ୍ରବଣତାକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ପିତାମାତା ଓ ଶିକ୍ଷକମାନଙ୍କୁ ଗୋଟେ ଅନୁକୂଳ ପରିବେଶ ସୃଷ୍ଟି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।