ଓଜନ ବୃଦ୍ଧି ଆଜିର ସମୟରେ ଏକ ସାଧାରଣ ସମସ୍ୟା ହୋଇ ଯାଇଛି। ଏହା ପଛରେ ଆମର ଖରାପ ଲାଇଫ ଷ୍ଟାଇଲ୍‌ ହିଁ ଦାୟୀ। ଘଣ୍ଟା ଘଣ୍ଟା ଧରି ବସି ରହିବା, ବାହାରେ କିଛି ବି ଓଲଟା ସିଧା ଖାଇ ଦେବା ଓ ମିଲ୍‌ର ସଠିକ୍‌ ଟାଇମିଂ ନହେବା , ୱେଟ୍‌ ଗେନ୍‌ ପଛରେ ଏମିତି ହିଁ କିଛି ଫ୍ୟାକ୍ଟର୍ସ ଦାୟୀ। ଏବେ ସମୟର ଅଭାବ କାରଣରୁ କିଛି ଲୋକ ଜିମ୍‌ ମଧ୍ୟ ଯାଇ ପାରୁ ନାହାନ୍ତି। ଯେକେହି ଅଧିକ ହାଇ ଇଣ୍ଟେନସିଟି ଯୁକ୍ତ ୱାର୍କଆଉଟ୍‌ କରିବାରେ କନଫର୍ଟେବଲ ମଧ୍ୟ ହୋଇ ନଥାନ୍ତି। ଏଥିରେ ଲୋକଙ୍କ ମନରେ ଅନେକ ସମୟରେ ଏହି ପ୍ରଶ୍ନ ଆସେ କି, ୱାକ୍‌ ମାଧ୍ୟମରେ କଣ ଓଜନ ହ୍ରାସ କରାଯାଇ ପାରିବ ? ଯଦି ହଁ , ତ ପ୍ରତିଦିନ କେତେ ଦୂର ୱାକ୍‌ କରିବାରେ ଫାଇଦା ମିଳିବ, ଆସନ୍ତୁ ଏବିଷୟରେ ଜାଣିବା । 

କେବଳ ୱାକ୍‌ କରିବାରେ ଓଜନ ହ୍ରାସ କରାଯାଇ ପାରେ କି ? 

ସର୍ବ ପ୍ରଥମେ ଯେଉଁ ପ୍ରଶ୍ନ ଲୋକଙ୍କ ମନକୁ ଆସେ, ତାହା ଏହା ଯେ ,କେବଳ ୱାକ୍‌ କରିବାରେ କଣ ଓଜନ ହ୍ରାସ ପାଇଁ ଯଥେଷ୍ଟ ହୋଇଥାଏ। ଏହା ଉପରେ ଏକ୍ସପର୍ଟ୍ସଙ୍କ ମତ ଜାଣିବା ତ ୱାକିଂ ଯଦିଓ ଏକ ଲୋ ଇଣ୍ଟେନ୍ସିଟିର ୱାର୍କଆଉଟ୍‌, କିନ୍ତୁ ଏହା ଖୁବ୍‌ ଅଧିକ ଇଫେକ୍ଟିଭ୍‌ ମଧ୍ୟ। ପ୍ରତିଦିନ ଅଧାରୁ ଏକ ଘଣ୍ଟାର ବ୍ରିସ୍କ ୱାକ୍‌ , ବଡି ଫ୍ୟାଟ୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ହେଲେ ୱାକ୍‌ ସହ ଆପଣଙ୍କୁ ନିଜର ଡାଇଟ୍‌ର ମଧ୍ୟ ଧ୍ୟାନ ରଖିବା ଉଚିତ୍‌। ଏହା ବ୍ୟତୀତ ଆପଣ ରେଗୁଲାର ୱାକ୍‌ ଯଦି କରୁଛନ୍ତି ନାହାନ୍ତି, କେତେ ଦୂର ୱାର୍‌ କରୁଛନ୍ତି ବା କେତେ ଜୋରରେ ୱାକ୍ କରୁଛନ୍ତି , ଏସବୁ ଫ୍ୟାକ୍ଟର ମଧ୍ୟ ଖୁବ୍‌ ଅର୍ଥ ରଖିଥାଏ।

ଓଜନ ହ୍ରାସ ପାଇଁ କେତେ ଦୂର ୱାକ୍‌ କରିବେ –

 ଏବେ ପ୍ରଶ୍ନ ଆସେ ଯେ, ୱେଟ୍‌ଲସ୍‌ ପାଇଁ ଦିନରେ କେତେ ଦୂର ୱାକ୍‌ କରିବା ଫଳପ୍ରଦ ହେବ। ଏହେ ଏହାର କୌଣସି ଏକ ଫିକ୍ସ ରୁଲ୍‌ ତ ନାହିଁ , କାରଣ ସମସ୍ତଙ୍କର ଶରୀର ଅଲଗା ହୋଇଥାଏ ଏବଂ ତାଙ୍କର ଏକ୍ସପେରିଏନ୍ସ ମଧ୍ୟ ଅଲଗା ହୋଇପାରେ। ହେଲେ ଫିଟନେସ୍‌ ଜଗତରେ ପ୍ରତିଦିନ ୧୦ ହଜାର ଷ୍ଟେପ୍‌ ଖୁବ୍‌ ଲୋକପ୍ରିୟ ଓ ଅନେକ ଏକ୍ସପର୍ଟ ମଧ୍ୟ ଏହାର ପରାମର୍ଶ ଦେଇଥାନ୍ତି। ଯଦି ଆପଣ ମିଡିୟମ ସ୍ପିଡରେ ଚାଲୁଛନ୍ତି ତ ପାଖାପାଖି ଦେଢରୁ ଦୁଇ ଘଣ୍ଟାର ୱାକ୍‌ରେ ଏହି ଟାର୍ଗେଟ୍‌ ପୂରା କରିପାରିବେ। ଏକା ସାଥିରେ ଏତେ ସମୟ ବାହାର କରିବା ସମ୍ଭବ ନୁହେଁ ତ ଦିନରେ ଦୁଇ ତିନି ଭାଗରେ ଏହି ଟାଇମକୁ ଡିଭାଇଡ୍‌ କରି ପାରିବେ।  

କେବଳ ୱାକ୍‌ କରିବା ସହଜ ନୁହେଁ , ବରଂ ଠିକ୍‌ ସ୍ପିଡ୍‌ରେ ୱାକ୍‌ କରିବା ଜରୁରୀ। ଧିମା ଗତିରେ ୱାକ୍‌ କରିବା ଏତେ ଇଫେକ୍ଟିଭ୍‌ ନୁହେଁ। ଏକ୍ସପର୍ଟସଙ୍କ ମତରେ ବ୍ରିସ୍କ ୱାକ୍‌ କରିବା ଖୁବ୍‌ ଫଳପ୍ରଦ ହୋଇଥାଏ । ବ୍ରିସ୍କ ୱାକ୍ ଅର୍ଥାତ୍‌ ଯେବେ ଆପଣ ଚାଲିବାର ଗତି ୫-୬ କିଲୋମିଟର ପ୍ରତି ଘଣ୍ଟା ହୋଇଥିବ , ଯଦି ୪୫ ମିନିଟ୍‌ ଯାଏ ବ୍ରିସ୍କ ୱାକ୍‌ କରାଯାଏ ତ ଆପଣ ପାଖାପାଖି ୨୫୦ରୁ ୩୦୦ କ୍ୟାଲୋରୀ ବର୍ନ କରି ପାରିବେ। ୱେଟ୍‌ ଲସ୍‌ ପାଇଁ ଏହା ଏକ ଇଫେକ୍ଟିଭ୍‌ ଉପାୟ ।