କେନ୍ଦୁଝର,୧୫/୦୫: କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଘଟଗାଁ ବନାଞ୍ଚଳ ସାମନ୍ତରାପୁର ଗ୍ରାମରେ ବିପୁଳ ଚୋରା କାଠ ଜବତ। ଆଜି ଭୋରରୁ ବନ ବିଭାଗ ଓ ପୁଲିସର ମିଳିତ ଭାବେ ଚଢ଼ାଉ କରି ଚୋରା କାଠ ଜବତ ହୋଇଛି। ମୂଲ୍ୟବାନ ଶାଳ, ପିଆଶାଳ,ଶାଗୁଆନ କାଠ ଆଦି ଜବତ କରାଯାଇଛି। ଏହି ଚଢାଉ ରେ ପ୍ରାୟ ୫୦୦ ବର୍ଗ ଫୁଟର କାଠ ଜବତ କରାଯାଇଥିବା ସୂଚନା ମିଳିଛି ।
ଉକ୍ତ କାଠର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାର ହେବ ବୋଲି ପ୍ରାକ ଆକଳନ କରାଯାଇଛି । ୨୦୦ରୁ ଉର୍ଦ୍ଧ୍ଵ ପୁଲିସ ଓ ବନ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ।ଗତବର୍ଷ ଜୁଲାଇ ମାସରେ ଏହି ଗ୍ରାମରୁ କୋଟିଏ ଟଙ୍କାର କାଠ ବନ ବିଭାଗ ଜବତ କରିଥିଲା ।