ପ୍ରମୂଖ ଖବର
  • କାମାକ୍ଷାନଗର : ବାଇକ ଉପରେ ମାଡିଗଲା ବସ , ୩ ମୃତ
  • ||
  • ୭୮ ବାଂଲାଦେଶୀଙ୍କୁ ଧରିଲା କୋଷ୍ଟଗାର୍ଡ, ୨ଟି ବୋଟ୍ ଜବତ
  • ||
  • ମାଲକାନଗିରି- ଆନ୍ଧ୍ର ସୀମାନ୍ତରେ ଲାଲ୍‌ବାହିନୀଙ୍କ ଲଙ୍କାକାଣ୍ଡ, ଯାତ୍ରୀବାହୀ କାର୍‌କୁ ଜାଳିଦେଲେ
  • ||
  • ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେଇଥିବା ସନ୍ଦେହ
  • ||
  • ବାଙ୍ଗିରିପୋଷି: ମର୍ଣିଂ ୱାକ କରୁଥିବା ବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଶିକ୍ଷୟତ୍ରୀ ମୃତ
  • ||
  • କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ଏମ୍ କ୍ରିଷ୍ଣାଙ୍କ ଦେହାନ୍ତ, ବିଳମ୍ବିତ ରାତିରେ ୯୨ ବର୍ଷରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, ରତ୍ନଭଣ୍ଡାର ମରାମତି, ଗଣତିମଣତି ଏବଂ ପହିଲି ଭୋଗ ନୀତି ନିର୍ଘଣ୍ଟ ହେବ
  • ||
  • କୁର୍ଲାରେ ଭୟଙ୍କର ସଡକ ଦୁର୍ଘଟଣା, ବ୍ରେକ ଫେଲ ହୋଇ ୩୦ ଗାଡି ଉପରେ ମାଡିଗଲା ବସ୍ ୪ ମୃତ, ୨୬ ଆହତ
  • ||
  • କାଲୁଆ କଲା କୋହଲା ପାଗ; ରାଜଧାନୀ ସମେତ ଅଧିକାଂଶ ସ୍ଥାନରେ ବର୍ଷା, ଆସନ୍ତା ୫ ଦିନ କୋହଲା ରହିବ ପାଗ
  • ||

ମାଲକାନଗିରି ଜିଲ୍ଲାରେ ଡିସେମ୍ବର ୧୬ରୁ ଧାନ ମଣ୍ଡି ଆରମ୍ଭ , ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ ୨୩ହଜାର କୁଇଣ୍ଟାଲ ଧାନ କ୍ରୟର ଲକ୍ଷ୍ୟଧାର୍ଯ୍ୟ

Published By : Prameya | November 8, 2024 8:02 PM

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଡିସେମ୍ବର ୧୬ରୁ ଖରିଫ ଧାନ ମଣ୍ଡି ଆରମ୍ଭ ହେବ, ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ ୨୩ହଜାର କୁଇଣ୍ଟାଲ ଧାନ କ୍ରୟ ପାଇ ଲକ୍ଷଧାର୍ଯ୍ୟ କରାଯାଇଛି। ଆଜି ମାଲକାନଗିରି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲ୍ଲାର ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। 

ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମାଲକାନଗିରି ଜିଲ୍ଲାର କୃଷକମାନଙ୍କର ସୁବିଧା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଜିଲ୍ଲାର ଚାଷୀମାନଙ୍କ ଧାନକ୍ରୟ ବ୍ୟବସ୍ଥାକୁ ସୁଗମ କରିବା ସହ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲିବା ପାଇଁ କହି ଥିଲେ। ବୈଠକର ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ ଥିଲେ।

୨୦୨୪-୨୫ ଖରିଫ ଧାନ କ୍ରୟ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ସଧାରଣ ଧାନ ପାଇଁ ୨୩୦୦ ଟଙ୍କା ଓ ଗ୍ରେଡ଼ ଏ ପାଇଁ ୨୩୨୦ ଟଙ୍କା କ୍ୱିଣ୍ଟାଲ ରଖାଯାଇଛି। ସୂଚନା ଯୋଗ୍ୟ ଧାନର ଏମଏସପି ( ସର୍ବନିମ୍ନ ସହାୟକ ମୂଲ୍ୟ ) ୨୩୦୦ ଟଙ୍କା ସହ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା  ହିସାବରେ ଇନପୁଟ ଆସିଷ୍ଟାଣ୍ଟ ପ୍ରଦାନ କରାଯିବ। ଧାନ କ୍ରୟ ହେବା ପରେ ଚାଷୀ ମାନଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଭୁବନେଶ୍ୱର ଦ୍ବାରା ଅନଲାଇନରେ ସେମାନଙ୍କର ଆକାଉଣ୍ଟକୁ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଟଙ୍କା ଜମା କରି ଦିଆଯିବ। ଚାଷୀମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ସୂଚନା ବିଭିନ୍ନ ମାଧ୍ୟମ ଯଥା ପ୍ରଚାରପତ୍ର, ଫ୍ଲେକ୍ସ ବ୍ୟାନର, ମାଇକରେ ପ୍ରଚାର, କର୍ମଶାଳା ଏବଂ ବିଭିନ୍ନ ଗଣମାଧ୍ୟମ ଦ୍ବାରା ପଦକ୍ଷେପ ଗ୍ରହଣ କରାଯିବ। ଚଳିତ ଖରିଫ ଧାନ କ୍ରୟ ନିମନ୍ତେ ୨୮ ଜଣ ମିଲର ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ସୂଚନା ଦିଆଯାଇଛି।

ଡିସେମ୍ବର ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଧାନ କ୍ରୟ କାର୍ଯ୍ୟ ସମାପନ କରାଯିବ। ଚଳିତ ବର୍ଷ  ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୨୩ ହଜାର କ୍ୱିଣ୍ଟାଲ ଖରିଫ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଳାର ସମସ୍ତ ବିଡିଓ, ତହସିଲଦାର ଓ ଉପଜିଲ୍ଲାପାଳ ଧାନ କ୍ରୟ ଓ ବିକ୍ରୟର ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ଓ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ। ସୂଚନା ଯୋଗ୍ୟ ଜିଲ୍ଲାରେ ୧୩ଟି ପାକ୍ସ୍ ରହିଛି ଓ ୨୦୨୪-୨୫ ଖରିଫ ଋତୁ ନିମନ୍ତେ ୩୭,୪୯୮ ଜଣ କୃଷକ ପଞ୍ଜୀକରଣ କରିଛନ୍ତି। 

ଏହି ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଯୋଗାଣ ଅଧିକାରୀ ମୁରଲୀ କ୍ରିଷ୍ଣା ରାଓ, ଏସିଏସଓ ପ୍ରଦୀପ ଦାସ, ବୁଦ୍ଧଦେବ ଜେନା,ଜିଲ୍ଲାର ସମସ୍ତ ମିଲର, କୃଷି ଉପନିର୍ଦ୍ଦେଶକ, ସମସ୍ତ ବିଭାଗ ଉପ ନିବନ୍ଧକ, ଆରଏମସି ସଂପାଦକ ଓ ଯୋଗାଣ ବିଭାଗ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.